ନୂଆଦିଲ୍ଲୀ : ରାଷ୍ଟ୍ରପତି ଭବନରେ ଦମଦାର ମ୍ୟାଚ୍ । ବ୍ୟାଡ୍ମିଣ୍ଟନ ତାରକା ସାଇନା ନେହୱାଲଙ୍କୁ କଡ଼ା ଟକ୍କର ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଭଳି ମ୍ୟାଚ୍ ଦେଖିବାକୁ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ । ‘Her Story – My Story’ କାର୍ୟ୍ୟକ୍ରମରେ ଭାଗ ନେଇଥିଲେ ଭାରତୀୟ ଷ୍ଟାର ବ୍ୟାଡ୍ମିଣ୍ଟନ ପ୍ଲେୟର ସାଇନା ନେହୱାଲ । ସେ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଅନ୍ତର୍ଜାତୀୟସ୍ତରରେ ଦେଶର ନାମକୁ ଅନେକ ଉଚ୍ଚାକୁ ନେଇଛନ୍ତି । ଯେଉଁଥିପାଇଁ ତାଙ୍କୁ ପଦ୍ମଶ୍ରୀ ଓ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି । ତେବେ ଏହି କାର୍ୟ୍ୟକ୍ରମରେ ଯୋଗ ଦେବାକୁ ରାଷ୍ଟ୍ରପତି ଭବନରେ ପହଞ୍ଚିବା ପରେ ସେଠାରେ ଥିବା ସାଂସ୍କୃତିକ ଭବନରେ ନିଜର ଅଭିଭାଷଣ ରଖିଥିଲେ ସାଇନା । ଏହାପରେ ରାଷ୍ଟ୍ରପତି ଭବନରେ ଥିବା ବ୍ୟାଡମଣ୍ଟନ କୋର୍ଟରେ ଖୋଦ ରାଷ୍ଟ୍ରପତିଙ୍କ ସହ ଖେଳିଥିଲେ ସାଇନା । ଏହାର ଫଟୋ ରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟର ଆଧିକାରିକ ଏକ୍ସ ହ୍ୟାଣ୍ଡେଲ୍ରେ ମଧ୍ୟ ପୋଷ୍ଟ କରାଯାଇଛି ।