26.1 C
Bhubaneswar
Saturday, March 21, 2026
Homeଓଡିଶାମାଲକାନଗିରିରେ ଝାଡ଼ାବାନ୍ତି ; ୭ ଆକ୍ରାନ୍ତ

ମାଲକାନଗିରିରେ ଝାଡ଼ାବାନ୍ତି ; ୭ ଆକ୍ରାନ୍ତ

ମାଲକାନଗିରି : ମାଲକାନଗିରି ମାଥିଲି ବ୍ଲକ ଅନ୍ତର୍ଗତ କୋପ୍ରା ଗାଁରେ ଝାଡ଼ାବାନ୍ତିରେ ୭ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅସୁସ୍ଥଙ୍କୁ ମାଥିଲି ସବଡିଭିଜନ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି କୋପ୍ରା ଗାଁରେ କିଛି ଲୋକଙ୍କୁ ଝାଡ଼ାବାନ୍ତି ହୋଇଥିଲା। ପ୍ରାଥମିକ ଚିକିତ୍ସା ପରେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥାରେ କିଛି ସୁଧାର ଆସିନଥିଲା। ପରେ ୭ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗାଁରେ ଝାଡ଼ାବାନ୍ତି ବ୍ୟାପିକାର କାରଣ ଜଣାପଡ଼ି ନଥିବା ବେଳେ ନଳକୂପ ପାଣି ପିଇବା ଯୋଗୁ ଝାଡ଼ାବାନ୍ତି ବ୍ୟାପୁଥିବା ସନ୍ଦେହ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking