27.8 C
Bhubaneswar
Friday, July 3, 2026
Homeଖେଳନ୍ୟୁଜିଲାଣ୍ଡ ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟରେ ରଚିନ୍ ରବୀନ୍ଦ୍ର

ନ୍ୟୁଜିଲାଣ୍ଡ ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟରେ ରଚିନ୍ ରବୀନ୍ଦ୍ର

ୱେଲିଂଟନ୍‌: ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ ନୂଆ ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟର ଘୋଷଣା କରିଛି । ଏହି ନୂଆ କଣ୍ଟ୍ରାକ୍ଟରେ କେତେକ ମହାନ୍ ଖେଳାଳିଙ୍କୁ ସାମିଲ କରାଯାଇ ନଥିବା ବେଳେ ନୂଆ ଏବଂ ଯୁବ ଖେଳାଳିଙ୍କୁ ସ୍ଥାନ ମିଳିଛି । ଏହା ମଧ୍ୟରୁ ରଚିନ୍ ରବୀନ୍ଦ୍ରଙ୍କୁ ପ୍ରଥମ ଥର ପାଇଁ ସାମିଲ କରାଯାଇଛି । ପୂର୍ବପରି ଚଳିତ ଥର ଟ୍ରେଣ୍ଟ୍ ବୋଲ୍ଟଙ୍କୁ ଏଥିରେ ସାମିଲ କରାଯାଇଥିବା ବେଳେ କେନ୍ ୱିଲିୟମ୍‌ସନ୍ ମଧ୍ୟ ଏଥରୁ ବାଦ୍ ଦିଆଯାଇଛି । ଏହା ପୂର୍ବରୁ କେନ୍ କଣ୍ଟ୍ରାକ୍ଟ ସ୍ୱାକ୍ଷର କରିବାକୁ ମନା କରିଦେଇଥିଲେ । ନ୍ୟୂଜିଲାଣ୍ଡ୍ କ୍ରିକେଟ୍ ଏକ ୨୦ ଜଣିଆ ସୂଚୀ ଜାରି କରିଥିଲେ । ଏଥିରେ ରଚିନ୍ ରବୀନ୍ଦ୍ରଙ୍କ ବ୍ୟତୀତ ବେନ୍ ସିୟର୍ସ, ୱିଲିୟମ୍ ଓ’ରୁର୍କେ ଏବଂ ଜାକବ୍ ଡଫିଙ୍କ ନାମ ମଧ୍ୟ ରହିଛି । ସେହିପରି ଗତବର୍ଷ ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟରୁ ବାଦ୍ ପଡ଼ିଥିବା ସ୍ପିନ୍ ଏଜାଜ୍ ପଟେଲ୍‌ଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି ।
ରଚିନ୍‌ଙ୍କ ଏହି ଲିଷ୍ଟ୍‌ରେ ସାମିଲ ହେବାର ସମ୍ଭାବନା ପୂର୍ବରୁ କରାଯାଉଥିଲା । ଗତବର୍ଷ ଭାରତରେ ଆୟୋଜିତ ଦିନିକିଆ ବିଶ୍ୱକପ୍‌ରେ ସେ ବହୁ ଉନ୍ନତ ଇନିଂସ୍ ଖେଳିଥିଲେ । ଟୁର୍ଣ୍ଣାମେଣ୍ଟ୍‌ରେ ସେ ୫୭୮ ରନ୍ କରିଥିଲେ ଏବଂ ସେ ୨୦୨୩ର ଆଇସିସି ଏମର୍ଜିଂ ପ୍ଲେୟର୍ ଅଫ୍ ଦ ଇୟର୍ ହୋଇଥିଲେ । ଏହା ବ୍ୟତୀତ ନ୍ୟୁଜିଲାଣ୍ଡ କ୍ରିକେଟ୍‌ର ପୁରସ୍କାର ସମାରୋହରେ ସାର୍ ରିଚାର୍ଡ ହାଡ୍‌ଲି ପୁରସ୍କାର ପାଇବାରେ ସେ ସର୍ବକନିଷ୍ଠ ଖେଳାଳି ହୋଇଥିଲେ ।
କଣ୍ଟ୍ରାକ୍ଟ ସୂଚୀ: ଫିନ୍ ଏଲେନ୍‌, ଟମ୍ ବ୍ଲଣ୍ଡେଲ୍‌, ମାଇକେଲ୍ ବ୍ରେସ୍‌ବେଲ୍‌, ମାର୍କ ଚାପ୍‌ମ୍ୟାନ୍‌, ଡେଭନ୍ କନ୍‌ୱେ, ଜ୍ୟାକ୍‌ବ ଡଫି, ମ୍ୟାଟ୍ ହେନ୍‌ରୀ, କାଇଲ ଜେମିସନ୍‌, ଟମ୍ ଲାଥମ୍‌, ଡାରିଲ୍ ମିଚେଲ୍‌, ହେନରୀ ନିକୋଲ୍ସ, ୱିଲ୍ ଓ’ରୁର୍କେ, ଏଜାଜ୍ ପଟେଲ୍‌, ଗ୍ଲେନ୍ ଫିଲିପ୍ସ, ରଚିନ୍ ରବୀନ୍ଦ୍ର, ମିଚେଲ୍ ସାଣ୍ଟନର୍‌, ବେନ୍ ସିୟର୍ସ, ଈଶ୍ ସୋଢ଼ୀ, ଟିମ୍ ସାଉଦି, ୱିଲ୍ ୟଙ୍ଗ୍ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking