25.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶଆସାମରେ ବନ୍ୟା ; ଗଲାଣି ୭୯ ଜୀବନ

ଆସାମରେ ବନ୍ୟା ; ଗଲାଣି ୭୯ ଜୀବନ

ଆସାମ : ଆସାମରେ ପ୍ରବଳ ବର୍ଷା । ଉଗ୍ରରୂପ ନେଉଛି ବନ୍ୟା । ୨୮ଟି ଜଲ୍ଲାର ୨୩ ଲକ୍ଷ ଲୋକ ବନ୍ୟା ଯୋଗୁଁ ହନ୍ତସନ୍ତ ହେଉଛନ୍ତି। ରାଜ୍ୟର ଅଧିକାଂଶ ନଦୀର ଜଳସ୍ତର ବିପଦ ସଂକେତ ଟପିଛି। ରାଜ୍ୟରେ ଚଳିତବର୍ଷ ବନ୍ୟା, ଭୂସ୍ଖଳନ ଓ ଝଡ଼ରେ ୯୧ ଜଣଙ୍କର ମୃତ୍ୟୁ ହୋଇସାରିଛି। କେବଳ ବନ୍ୟା କାରଣରୁ ୭୯ ଜଣଙ୍କର ମୃତ୍ୟୁ ହୋଇଛି। ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସମସ୍ତ ଶିବରରେ ପୂରା ବ୍ୟବସ୍ଥା କରାଯାଇଛି ଏବଂ ସ୍ଥିତି ସାଧାରଣ ହେବା ପର୍ଯ୍ୟନ୍ତ ଆବଶ୍ୟକ ସାମଗ୍ରୀର ପର୍ଯ୍ୟାପ୍ତ ଭଣ୍ଡାର ଖୋଲାଯାଇଛି। ବନ୍ୟା ଶିବିରର ସୁରକ୍ଷା ଓ ସ୍ବଚ୍ଛତା ସରକାରଙ୍କ ପ୍ରାଥମିକତା ଏବଂ ଟିମ୍‌ ମଧ୍ୟ ଲୋକଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ରାଜ୍ୟର ୨୮ଟି ଜିଲ୍ଲାରେ ୩୪୪୬ଟି ଗାଁର ୨୩ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ବନ୍ୟା ଯୋଗୁଁ ୬୮,୪୩୨.୭୫ ହେକ୍ଟର ଫସଲ ଜଳମଗ୍ନ ହୋଇଛି। ମୋଟ ୫୩,୬୮୯ ଲୋକଙ୍କୁ ୨୬୯ଟି ଶିବିରରେ ରଖାଯାଇଛି। ଶିବିରରେ ରହୁନଥିବା ୩,୧୫,୫୨୦ ଲୋକଙ୍କୁ ସାମଗ୍ରୀ ଯୋଗାଇ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking