22.1 C
Bhubaneswar
Thursday, February 12, 2026
Homeଓଡିଶାଛାତ୍ରୀଙ୍କୁ ପିଟିଲା ଟ୍ରାକ୍ଟର ; ଚାଲିଗଲା ଜୀବନ

ଛାତ୍ରୀଙ୍କୁ ପିଟିଲା ଟ୍ରାକ୍ଟର ; ଚାଲିଗଲା ଜୀବନ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ମହାବଳ ଛକରେ ଘଟିଛି ମର୍ମନ୍ତୁଦ ଦାସଙ୍କ ଦୁର୍ଘଟଣା। ଛାତ୍ରୀଙ୍କୁ ପିଟିଲା ଟ୍ରାକ୍ଟର ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ମୃତ ଛାତ୍ରୀଜଣକ ବାଲିଆପାଳ ଥାନା ବଡଖୋଳିଆ ଗ୍ରାମର ରଶ୍ମିତା ପ୍ରଧାନ । ରଶ୍ମିତା ଆଜି ସକାଳେ ସାଇକେଲ ଯୋଗ ଲଙ୍ଗଳେଶ୍ୱର ସ୍ଥିତ ଦୁର୍ଗା ପ୍ରଶନ୍ନ ମହାବିଦ୍ୟାଳୟକୁ ଯାଉଥିଲେ। ମାତ୍ର ମହାବଳ ଛକରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରାକ୍ଟର ତାଙ୍କୁ ପଛପଟୁ ପିଟିଥିଲା। ଫଳରେ ଛାତ୍ରୀଜଣକ ଦୂରକୁ ଛିଟିକି ପଡ଼ିଥିଲେ।ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ମେଡିକାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଉତ୍ତ୍ୟକ୍ତ ଲୋକେ ଟ୍ରାକ୍ଟରକୁ ଅଟକ ରଖିବା ସହ ଡ୍ରାଇଭରକୁ ବାନ୍ଧି ରଖିଥିଲେ। ଖବର ପାଇ ଶତାଧିକ କଲେଜ ଛାତ୍ରଛାତ୍ରୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଅବରୋଧ କରିବା ସହ ଅଭିଯୁକ୍ତ ଡ୍ରାଇଭରଙ୍କୁ ଅଟକ ରଖିଥିଲେ। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହ ଡ୍ରାଇଭରଙ୍କୁ ଥାନାକୁ ନେଇଥିବା ଜଣାଯାଇଛି। ମୃତ ଛାତ୍ରୀଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦିଆଯିବ ବୋଲି ପ୍ରଶାସନିକ ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଛି। ପୁଲିସ୍‌ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking