18.1 C
Bhubaneswar
Friday, February 13, 2026
Homeଦେଶ ବିଦେଶବସରେ ଲାଗିଲା ନିଆଁ ; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବସରେ ଲାଗିଲା ନିଆଁ ; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବେଙ୍ଗାଲୁରୁ : ବସରେ ଲାଗିଲା ନିଆଁ । ବେଙ୍ଗାଲୁରୁର ଏମଜି ରୋଡ଼ରେ ଘଟିଛି ଏହି ଅଘଟଣ। ୩୦ ଯାତ୍ରୀଙ୍କୁ ନେଇ ଯାଉଥିବା ବସରେ ନିଆଁ ଲାଗି ଯାଇଛି। ବେଙ୍ଗାଲୁରୁ ମେଟ୍ରୋପଲିଟାନ ଟ୍ରାନ୍ସପୋର୍ଟ କର୍ପୋରେସନ ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ଆଜି ଏକ ସରକାରୀ ବସ୍ ସକାଳେ ୩୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ବସରେ ନିଆଁ ଲାଗି ଯାଇଥିଲା। ଏକ ଷ୍ଟପେଜରେ ଡ୍ରାଇଭର୍ ଯେତେବେଳେ ଇଞ୍ଜିନ ଷ୍ଟାର୍ଟ କରିଥିଲେ ହଠାତ୍ ବସରେ ନିଆଁ ଲାଗି ଯାଇଥିଲା। ଡ୍ରାଇଭର୍ ଜଣକ ତୁରନ୍ତୁ ଡେଇଁ ପଡ଼ି ସଙ୍ଗେ ସଙ୍ଗେ ବସକୁ ଖାଲି କରି ଦେଇଥିଲେ। ଫଳରେ ଯାତ୍ରୀମାନଙ୍କ ଜୀବନ ରକ୍ଷା ପାଇଯାଇଛି। ଇଞ୍ଜିନ ଅତ୍ୟଧିକ ଉତ୍ତପ୍ତ ହୋଇଯିବା କାରଣରୁ ନିଆଁ ଲାଗି ଥାଇପାରେ ବୋଲି ଅନୁମାନ କରାଯାଉଛି। କିନ୍ତୁ ପ୍ରକୃତରେ କେଉଁ କାରଣରୁ ନିଆଁ ଲାଗିଲା ସେନେଇ ବିଏମଟିସି ବରିଷ୍ଠ ଅଧିକାରୀମାନେ ଯାଞ୍ଚ କରୁଛନ୍ତି। କାରଣ ଜଣା ପଡ଼ିବା ପରେ ଆଗକୁ କିପରି ଏହା ପୁନରାବୃତ୍ତି ନ ହୁଏ ସେଥିପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମଟିସି ସୂତ୍ରରୁ ପ୍ରକାଶ ପାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking