21.1 C
Bhubaneswar
Wednesday, December 17, 2025
Homeଓଡିଶାବିଜେଡିରେ କୁହୁଳୁଛି ଅସନ୍ତୋଷ, ମୁହାଁମୁହିଁ ନେତା

ବିଜେଡିରେ କୁହୁଳୁଛି ଅସନ୍ତୋଷ, ମୁହାଁମୁହିଁ ନେତା

କଟକ : ବିଜେଡିର ବିପର୍ଯ୍ୟୟ ପାଇଁ ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ବାଳ ସିଧାସଳଖ ଭି. କେ. ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସ (ବବି)ଙ୍କୁ ସମାଲୋଚନା କରିବାର ପ୍ରାୟ ସାତଦିନ ପରେ ମୁହଁ ‌ଖୋଲିଛନ୍ତି ରାଜ୍ୟସଭା ସଦସ୍ୟ ତଥା ବିଜେଡିର ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ। ଦେବାଶିଷ ପ୍ରଭାତଙ୍କୁ ଏହି ପ୍ରସଙ୍ଗରେ ସମାଲୋଚନା କରିଥିବା ବେଳେ ପ୍ରଭାତ ତାଙ୍କୁ ପାଲଟା ଜବାବ ଦେବା ଘଟଣା ପୁଣିଥରେ କଟକ ରାଜନୀତିରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ବବି ଦାସ ଓ ପାଣ୍ଡିଆନଙ୍କୁ ସମାଲୋଚନା କରିବାର ଅଧିକାର ପ୍ରଭାତଙ୍କୁ କିଏ ଦେଲା, ସିଏ କିଏ ବୋଲି ଦେବାଶିଷ ପ୍ରଶ୍ନ କରିଛନ୍ତି। ଦେବାଶିଷ କହିଛନ୍ତି, ପ୍ରଭାତ ସିବିଆଇରୁ ବର୍ତ୍ତିବାକୁ ହୁଏତ ଏବେ ଅନ୍ୟ କେଉଁ ଦଳକୁ ଢଳୁଛନ୍ତି। ନଚେତ୍‌ ପ୍ୟାରୀ ମହାପାତ୍ରଙ୍କୁ ପ୍ରଶଂସା କରି ସେ ବବି ଦାସଙ୍କୁ ସମାଲୋଚନା କରି ନଥା’ନ୍ତେ। ପ୍ରଭାତ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ନୁହନ୍ତି। ସେ ପ୍ରଥମେ ସ୍ବାଧୀନ ଭାବେ ନିର୍ବାଚନ ଲଢି ଜିତିବାପରେ ବିଜେଡିରେ ସାମିଲ ହୋଇଥିଲେ। ତାଙ୍କ ପୁଅ ଏବେ ଚୌଦ୍ବାର-କଟକରୁ ବିଜେଡିର ବିଧାୟକ ଅଛନ୍ତି। ତେଣୁ ଦଳର ବିପର୍ଯ୍ୟୟ ସମୟରେ ବରିଷ୍ଠ ନେତାମାନଙ୍କୁ ସାଧାରଣରେ ସମାଲୋଚନା କରିବା ଦୁଃଖଦାୟକ। ଯେତେବେଳେ ଦରକାର ପଡୁଥିଲା ପ୍ରଭାତ ବବି ଦାସଙ୍କ ପାଖକୁ ଦୌଡୁଥିଲେ। ଭି. କେ. ପାଣ୍ଡିଆନଙ୍କ ପାଖକୁ ବି ଦୌଡୁଥିଲେ। ଏବେ ପ୍ୟାରୀ ବାବୁଙ୍କ କଥା ଉଠାଇବାରୁ ପ୍ରମାଣ ହେଉଛି ଯେ ପ୍ୟାରୀ ବାବୁଙ୍କ ସେହି କାଣ୍ଡରେ ପ୍ରଭାତ ସାମିଲ ଥିଲେ। ଏଥିସହିତ, ପାଣ୍ଡିଆନଙ୍କୁ ପ୍ରଶଂସା କରିଛନ୍ତି ଦେବାଶିଷ। ଦେବାଶିଷ କହିଛନ୍ତି ଯେ ଭୋର ୪ଟାରୁ ଆସି ପାଣ୍ଡିଆନ ବାବୁ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରୁଥିଲେ। ଅନେକ ବିକାଶମୂଳକ କାର୍ଯ୍ୟ ପାଣ୍ଡିଆନବାବୁଙ୍କ ଜରିଆରେ ସମ୍ଭବ ହୋଇଛି। ଲୋକଙ୍କ ଅଭିଯୋଗ ଶୁଣି ୨୪ ଘଣ୍ଟା ଭିତରେ ପାଣ୍ଡିଆନବାବୁ ତାହାର ସମାଧାନ କରୁଥିଲେ। ସେତେବେଳେ ପ୍ରଭାତ କିଛି କହୁ ନଥିଲେ। ଦେଶର ସଂଘୀୟ ବ୍ୟବସ୍ଥାରେ କାହାକୁ ତାମିଲ, ତେଲୁଗୁ, ବଙ୍ଗାଳୀ କହି ସମାଲୋଚନା କରିବା ଠିକ ନୁହେଁ। ନିର୍ବାଚନରେ ହାରଜିତ ଥାଏ। ପୂର୍ବରୁ ଇନ୍ଦିରା ଗାନ୍ଧୀ ହାରିଥିଲେ। ଆଗକୁ ନରେନ୍ଦ୍ର ମୋଦୀ, ଅମିତ ଶାହା ବି ହାରିବେ ବୋଲି ଦେବାଶିଷ କହିଛନ୍ତି। ଦେବାଶିଷଙ୍କ ଏଭଳି ପ୍ରତିକ୍ରିୟାର ପାଲଟା ଜବାବ ଦେଇ ପ୍ରଭାତ କହିଛନ୍ତି ,‘ ମୋ’ ସଂପର୍କରେ କହିବାକୁ ତାଙ୍କୁ କିଏ ଅଧିକାର ଦେଲା? ଦେବାଶିଷ ବାବୁଙ୍କ କଥା ଅତ୍ୟନ୍ତ ହାସ୍ୟାସ୍ପଦ। ମୋ’ର ପୁଅ ଏବେ ବିଜେଡିର ବିଧାୟକ। ମୁଁ ବିଜୁ ବାବୁଙ୍କ ସମୟରୁ ଦଳ ପାଇଁ କାମ କରି ଆସିଛି। ଏଭଳି ସ୍ଥିତିରେ ମୋର କୌଣସି ଆଡକୁ ଢଳିବାର ନାହିଁ। ମେ’ ୨୯‌ ଘଟଣାକୁ ନେଇ ମୋତେ ଯୋଡ଼ିବା ଠିକ୍‌ ନୁହେଁ କି ମୁଁ ସେ ଘଟଣାର ମୁଖ୍ୟ ନାୟକ ନୁହେଁ। ସେହି ଘଟଣାର ଯେଉଁମାନେ ମୁଖ୍ୟ ନାୟକ, ସମୟ ଆସିଲେ ସେମାନଙ୍କ ସଂପର୍କରେ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କୁ ଜଣାଇବି। ମୁଁ ଯଦି ସେହି ଘଟଣାର ମୁଖ୍ୟ ନାୟକ ହୋଇଥାନ୍ତି ତେବେ ଦଳ ମୋ’ ଉପରୁ ନିଲମ୍ବନ କାହିଁକି ଉଠାଇଲା, ମୋତେ ଆଉ ପରବର୍ତ୍ତୀ ସମୟରେ ମୋ’ ପୁଅଙ୍କୁ କେମିତି ଟିକେଟ ଦେଲା ବୋଲି ପ୍ରଭାତ ପ୍ରଶ୍ନ କରିଛନ୍ତି। ଏଥିସହିତ, ପାଣ୍ଡିଆନ ବାବୁ ‌ଜଣେ ଦକ୍ଷ ଅଫିସର ବୋଲି ସବୁବେଳେ କହିଆସିଛି ବୋଲି ପ୍ରଭାତ ତାଙ୍କ ଜବାବରେ କହିଛନ୍ତି। ସୂଚନାଯୋଗ୍ୟ ଯେ ଗଲା ୨ ତାରିଖରେ ମହାନଦୀବିହାରର ଏକ ମଣ୍ଡପରେ ଚୌଦ୍ବାର-କଟକ ବିଜେଡି ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେଡିର ବିପର୍ଯ୍ୟୟ ପାଇଁ ପ୍ରଭାତ କଡ଼ା ଭା‌ଷାରେ ବବି ଓ ପାଣ୍ଡିଆନଙ୍କୁ ସମାଲୋଚନା କରିଥିଲେ। ଯାହାକୁ ନେଇ ରାଜନୀତି ସରଗରମ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking