27.1 C
Bhubaneswar
Sunday, March 29, 2026
Homeଦେଶ ବିଦେଶଗାଜାଷ୍ଟ୍ରିପ୍‌ରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍‌; ୧୬ ମୃତ, ୭୫ରୁ ଊର୍ଦ୍ଧ୍ୱ ଆହତ

ଗାଜାଷ୍ଟ୍ରିପ୍‌ରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍‌; ୧୬ ମୃତ, ୭୫ରୁ ଊର୍ଦ୍ଧ୍ୱ ଆହତ

ଗାଜା : ଇସ୍ରାଏଲ ସେନା ପକ୍ଷରୁ ପାଲେଷ୍ଟାଇନ୍‌ର ଗାଜା ଷ୍ଟ୍ରିପ୍ ଠାରେ ଘମାସାନ୍ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି । ତେବେ ଇସ୍ରାଏଲ ସେନା ଏଠାରେ ଥିବା ଏକ ସ୍କୁଲକୁ ଟାର୍ଗେଟ୍ କରି କରିଥିବା ଏୟାରଷ୍ଟ୍ରାଇକ୍‌ରେ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ରିପୋର୍ଟ ଅନୁସାରେ, ଏହି ସ୍କୁଲ ମିଳିତ ଜାତିସଂଘ (ୟୁଏନ୍‌)ର ଥିଲା, ଯେଉଁଠାରେ ଶରଣାର୍ଥୀମାନଙ୍କୁ ରଖାଯାଇଥିଲା ।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଇସ୍ରାଏଲ ସେନା ପ୍ରଥମେ ସ୍କୁଲକୁ ଚାରିପଟୁ ଘେରି ଯାଇଥିଲା ଏବଂ ଏହାପରେ ଆକ୍ରମଣ କରିଥିଲା । ଇସ୍ରାଏଲ ଆକ୍ରମଣରେ ସ୍କୁଲ୍ ବିଲ୍ଡିଂଟି ଭୁଶୁଡ଼ି ପଡ଼ିଥିଲା ଏବଂ ସେଠାରେ ରହୁଥିବା ପିଲା ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ । ତେବେ ସ୍ଥାନୀୟ ଲୋକ ଓ ୟୁଏନ୍ ଉଦ୍ଧାରକାରୀ ଦଳଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଭଗ୍ନାବଶେଷ ତଳୁ କିଛି ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ କିଛି ଲୋକ ଏପର୍ଯ୍ୟନ୍ତ ତଳେ ଦବି ରହିଥିବା ଆଶଙ୍କା କରାଯାଉଛି । ପ୍ରାୟ ୫୦ରୁ ଅଧିକ ଆହତଙ୍କୁ ହସ୍ପିିଟାଲରେ ଭର୍ତ୍ତି କରାଯାଇଛି । ୟୁଏନ ଉଦ୍ଧାରକାରୀ ଦଳଙ୍କ କହିବାନୁସାରେ, ଗତ ମାସରେ ମଧ୍ୟ ଇସ୍ରାଏଲ ସେନା ଏକ ସ୍କୁଲକୁ ଟାର୍ଗେଟ କରିଥିଲେ । ଅପରପକ୍ଷେ, ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଏବଂ ମହିଳା ଅଛନ୍ତି । ଅପରପକ୍ଷେ ଇସ୍ରାଏଲ ସେନା ଏହି ବିଦ୍ୟାଳୟକୁ ଆତଙ୍କବାଦୀଙ୍କ ଆଡ୍ଡା ବୋଲି କହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking