25.1 C
Bhubaneswar
Saturday, December 20, 2025
Homeଓଡିଶାମା ଜୟଚଣ୍ଡୀ ଓ ଶ୍ରୀଜଗନ୍ନାଥ ଭଜନମାଳାର ଶୁଭ ଲୋକାର୍ପଣ ଉତ୍ସବ

ମା ଜୟଚଣ୍ଡୀ ଓ ଶ୍ରୀଜଗନ୍ନାଥ ଭଜନମାଳାର ଶୁଭ ଲୋକାର୍ପଣ ଉତ୍ସବ

ଯାଜପୁର : ଯାଜପୁର ଦଶରଥପୁର ବ୍ଲକ କୟାଁ ପଞ୍ଚାୟତସ୍ତ ମା ଜୟଚଣ୍ଡୀ ପୀଠ ଙ୍କ ଉପରେ ଆଧାରିତ ଏକ ଭଜନ କ୍ୟାସେଟ ଉନ୍ମୋଚିତ ହୋଇଯାଇଛି। ବୈତରଣୀର ତରଙ୍ଗ ୟୁଟ୍ୟୁବ ଚ୍ୟାନେଲ ପକ୍ଷରୁ ପ୍ରସ୍ତୁତ ମା ଜୟଚଣ୍ଡୀ ଓ ଶ୍ରୀଜଗନ୍ନାଥ ଭଜନମାଳାର ଶୁଭ ଲୋକାର୍ପଣ ଉତ୍ସବ ରେ ଓଡିଶା ର ସୁନାମଧନ୍ୟା କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ର ଏବଂ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଭୂପତି ଭୂଷଣ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ। ବରିଷ୍ଠ ଆଇନଜୀବୀ ତଥା ବିଶିଷ୍ଟ ଶିକ୍ଷାବିତ ବୈକୁଣ୍ଠନାଥ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଲୋକାର୍ପଣ ଉତ୍ସବରେ ସମ୍ମାନିତ ଅତିଥି ଭାବେ ସଙ୍ଗୀତ ନିର୍ଦେଶକ ପ୍ରତାପ କୁମାର ପଣ୍ଡା, ମଙ୍ଗଳପୁର ଥାନାର ଆଇଆଇସି ଚିନ୍ମୟୀ ସାହୁ, କଣ୍ଠ ଶିଳ୍ପୀ ସିଦ୍ଧାର୍ଥ ଶଙ୍କର ପଣ୍ଡା ପ୍ରମୁଖ ଯୋଗ ଏହି କ୍ୟାସେଟ ଉନ୍ମୋଚନ ଫଳରେ ମା ଜୟଚଣ୍ଡି ଙ୍କ ପ୍ରଚାର ଓ ପ୍ରସାର ହୋଇ ପାରିବ ବୋଲି କହିଥିଲେ । ଏହି ଅବସରରେ ସମାଜସେବୀ ପ୍ରିୟବ୍ରତ ବିଶ୍ଵାଳ, ମଳୟ ପଣ୍ଡାଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking