26.1 C
Bhubaneswar
Wednesday, March 25, 2026
Homeଓଡିଶାରାଜଧାନୀରୁ ବ୍ରାଉନ ସୁଗାର ଜବତ; ୩ ଗିରଫ

ରାଜଧାନୀରୁ ବ୍ରାଉନ ସୁଗାର ଜବତ; ୩ ଗିରଫ

ଭୁବନେଶ୍ୱର : ଜଟଣା ଥାନା ଅନ୍ତର୍ଗତ ଏକ ସ୍ପେଶାଲ ନାଇଜର ପଛ ପାଖରେ ଥିବା ଇଲେକ୍ଟ୍ରିକ ସବ-ଷ୍ଟେସନ ନିକଟରେ ଅତର୍କିତ ଚଢଉ କରିଛି ପୋଲିସ। ଘଟଣାରେ ୩ ଜଣଙ୍କୁ ଗିରଫ କରିବା ସହ ୧୭ ଗ୍ରାମରୁ ଉର୍ଦ୍ଧ୍ୱ ବ୍ରାଉନ ସୁଗାର ଜବତ କରିଛି ପୋଲିସ। ଛାନଭିନ ସମୟରେ ପୋଲିସ ଅଭିଯୁକ୍ତ ମାନଙ୍କ ହେପାଜତରୁ ମୋଟ ୧୭.୬୧ ଗ୍ରାମ ଓଜନର ବ୍ରାଉନ ସୁଗାର, ୩ଟି ମୋବାଇଲ ଫୋନ, ଦୁଇଟି ମୋଟରସାଇକେଲ ଏବଂ ୭,୦୦୦ଟଙ୍କା ଜବତ କରିଥିଲେ । ପଚରାଉଚରା ସମୟରେ ଅଭିଯୁକ୍ତ ମାନେ ଏହି ବେଆଇନ ବ୍ରାଉନସୁଗାରକୁ ରାଜାବଜାର ଅଞ୍ଚଳର ଏସକେ ଇମ୍ରାନ ଓରଫ ସଦାମ ନାମକ ଜଣେ ବ୍ରାଉନ୍ସୁଗାର ବ୍ୟବସାୟୀଙ୍କ ନିକଟରୁ ସଂଗ୍ରହ କରି ଆଣିଥିବା କଥା ସ୍ଵୀକାର କରିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଜଟଣୀ ଥାନା ପୋଲିସ ଏକ ବେଆଇନ ବ୍ରାଉନ ସୁଗାର ବିକ୍ରୟ ଜନିତ ମାମଲା ରୁଜୁ କରିବା ସହିତ ନିମ୍ନୋକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking