28.1 C
Bhubaneswar
Thursday, March 5, 2026
Homeଓଡିଶାଆଜି ଦେବୀ ସୁଭଦ୍ରାଙ୍କ ରଥ ଟାଣିବେ ମହିଳା

ଆଜି ଦେବୀ ସୁଭଦ୍ରାଙ୍କ ରଥ ଟାଣିବେ ମହିଳା

ବାରିପଦା : ଆଜି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଓ ତୁଳସୀକ୍ଷେତ୍ରର କେନ୍ଦ୍ରାପଡ଼ାରେ ଗଡ଼ିବ ରଥ। ବାରିପଦାରେ ଗତକାଲି ତିନି ଠାକୁରଙ୍କୁ ପହଣ୍ଡି କରାଯାଇ ରଥାରୂଢ଼ କରାଯାଇଥିବା ବେଳେ ଆଜି ହେବ ରଥଟଣା ଆଜି ଭକ୍ତମାନେ ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ରଥକୁ ମାଉସୀ ମାଆ ମନ୍ଦିର ଯାଏଁ ଟାଣି ନେବେ। ଦେବୀ ସୁଭଦ୍ରାଙ୍କ ରଥ ଅଧାବାଟ ଯାଏଁ ଟାଣି ନେବେ।ମଙ୍ଗଳବାର ଦିନ ପୁଣି ସୁଭଦ୍ରାଙ୍କ ରଥ ଟଣା ହେବ। ପରେ ଜଗନ୍ନାଥଙ୍କ ରଥ ଟଣା ଯିବ। ବାରିପଦାରେ ପୁରୀ ରଥ ଯାତ୍ରାର ପର ଦୁଇ ଦିନ ଧରି ରଥ ଟଣା ହେଉଥିବା ବେଳେ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣି ଥାଆନ୍ତି।ଗତକାଲି ନୀତି ନିର୍ଘଣ୍ଟ ଅନୁସାରେ ମହାରାଜାଙ୍କ ଦ୍ୱାରା ଛେରାପହଁରା ସେବା ପରେ ତିନି ଠାକୁରଙ୍କ ଗୋଟି ପହଣ୍ଡି କରାଯାଇ ରଥ ଉପରକୁ ଅଣା ଯାଇଥିଲା। ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ରର ଗୁଣ୍ଡିଚା ଯାତ୍ରା ଦିନ ବାରିପଦାରେ ତିନି ଠାକୁରଙ୍କ ପହଣ୍ଡି କରାଯାଇଥାଏ। ହେଲେ ତା’ପରଦିନ ରଥ ଟଣାଯାଇଏ। ରଥ ଯାତ୍ରା ପାଇଁ ବାରିପଦା ବଡ଼ ଦାଣ୍ଡ ଉତ୍ସବ ମୁଖର ହୋଇ ଉଠିଛି। ସେହିପରି ଆଜି ଟଣାଯିବ କେନ୍ଦ୍ରାପଡ଼ାର ବଳଦେବଜୀଉଙ୍କ ତାଳଧ୍ୱଜ ରଥ। ଗତକାଲି ସନ୍ଧ୍ୟା ହୋଇଯିବାରୁ ମହାପ୍ରଭୁଙ୍କରଥ ଗଡ଼ି ପାରିନଥିଲା। ଗତକାଲି ତୁଳସୀ କ୍ଷେତ୍ରରେ ବଳଦେବଜୀଉଙ୍କ ପହଣ୍ଡି ସଂପନ୍ନ ହୋଇସାରିଛି। ପହଣ୍ଡି ବେଳେ ଘଣ୍ଟ ଘଣ୍ଟା,କୀର୍ତ୍ତନ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking