28.1 C
Bhubaneswar
Thursday, March 5, 2026
Homeଓଡିଶାପୁରୀରେ ରାଷ୍ଟ୍ରପତି; ସାଙ୍ଗରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

ପୁରୀରେ ରାଷ୍ଟ୍ରପତି; ସାଙ୍ଗରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

ପୁରୀ : ପୁରୀରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଭୁବନେଶ୍ୱର ବିମାନବନ୍ଦରରୁ ହେଲିକପ୍ଟରରେ ଯାଇ ପୁରୀ ତାଳବଣିଆଠାରେ ହେଲିପ୍ୟାଡରେ ଅବତରଣ କରିବା ପରେ ସେଠାରୁ ସୁରକ୍ଷା ଭିତରେ ଯାଇ ରାଜଭବନରେ ପହଞ୍ଚିଛନ୍ତି। ଅପରାହ୍ଣ ୪ଟା ବେଳେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ବଡ଼ଦାଣ୍ଡକୁ ଯିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତାଙ୍କ ସହ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ପୁରୀରେ ପହଞ୍ଚିଛନ୍ତି। ୬ ତାରିଖରୁ ୯ ତାରିଖ ପର୍ଯନ୍ତ ୪ଦିନିଆ ଓଡିଶା ଗସ୍ତରେ ଥିବା ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆଜି ରଥଯାତ୍ରା ପାଇଁ ପୁରୀ ଗସ୍ତରେ ଆସିଛନ୍ତି। ଭୁବନେଶ୍ବର ଏୟାରପୋର୍ଟରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସମଙ୍ଗ ହେଲିପ୍ୟାଡରେ ପହଞ୍ଚିବାପରେ ସେଠାରୁ ରାଜଭବନ ଓ ପରେ ବଡ଼ଦାଣ୍ଡ ଯାଇ ରଥାଯାତ୍ରାରେ ସାମିଲ ହେବେ। ଆଜି ପୁରୀ ରାଜଭବନରେ ରାତିରେ ରହିବାର କାର୍ଯ୍ୟକ୍ରମ ରହିଛି।ଏଣେ ଜୁଲାଇ ୮ ତାରିଖରେ ଭୁବନେଶ୍ବର ଫେରି ଖଣ୍ଡଗିରି, ଉଦୟଗିରି ଗୁମ୍ଫା ପରିଦର୍ଶନ କରିବା ସହ ହରିଡ଼ାମାଡ଼ା ଗ୍ରାମରେ ବ୍ରହ୍ମକୁମାର ରିଟ୍ରିଟ୍‌ କେନ୍ଦ୍ର ଉଦ୍‌ଘାଟନ କରିବେ। ଜୁଲାଇ ୯ ତାରିଖରେ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନର ଦୀକ୍ଷାନ୍ତ ସମାରୋହରେ ଯୋଗ ଦେବେ। ଏଥିପାଇଁ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗସ୍ତର ସମସ୍ତ ରୁଟ୍‌କୁ ନୋ-ଫ୍ଲାଇଙ୍ଗ୍‌ ଜୋନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking