29.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶବର୍ଷା କାରଣରୁ ଅମରନାଥ ଯାତ୍ରା ସ୍ଥଗିତ

ବର୍ଷା କାରଣରୁ ଅମରନାଥ ଯାତ୍ରା ସ୍ଥଗିତ

ଶ୍ରୀନଗର: ଲଗାଣ ବର୍ଷା କାରଣରୁ ଅମରନାଥ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ଅମରନାଥ ଯାତ୍ରାରେ ସାମିଲ ହେଉଥିବା ଯାତ୍ରୀମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ଭିତ୍ତିରେ ବର୍ତ୍ତମାନ ସମୟରେ ଯାତ୍ରାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ଅମରନାଥ ଶ୍ରାଇନ୍ ବୋର୍ଡ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଅମରନାଥ ଯାତ୍ରା ପାଇଁ ଉଭୟ ମାର୍ଗ (ବଲତଲ୍ ଓ ପାହାଲଗାମ୍‌) ଦେଇ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କୁ ଏବେ ଯାତ୍ରାକୁ ଆଗକୁ ବଢ଼ାଇବାକୁ ଅନୁମତି ଦିଆଯାଇନାହିଁ । ସୁତରାଂ ସମସ୍ତ ଯାତ୍ରୀ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଯେଉଁଠାରେ ଅଛନ୍ତି ସେହି ଆଖପାଖରେ ସୁରକ୍ଷିତ ରହିବାକୁ ପରାମର୍ଶ ଦିଆଯାଇଛି । ପ୍ରକାଶ, ଗତ ୭ ଦିନ ମଧ୍ୟରେ ପ୍ରାୟ ୧.୫୦ଲକ୍ଷ ଶ୍ରଦ୍ଧାଳୁ ବାବା ଅମରନାଥଙ୍କ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିସାରିଛନ୍ତି । ଜୁନ୍ ୨୯ରୁ ଆରମ୍ଭ ହୋଇଥିବା ଅମରନାଥ ଯାତ୍ରା ଅଗଷ୍ଟ ୧୯ରେ ଶେଷ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking