29.1 C
Bhubaneswar
Saturday, October 5, 2024
Homeଓଡିଶାଓଡ଼ିଆ ପୁଅକୁ ଶୌର୍ଯ୍ୟଚକ୍ର

ଓଡ଼ିଆ ପୁଅକୁ ଶୌର୍ଯ୍ୟଚକ୍ର

ଭୁବନେଶ୍ୱର: ଅସାଧାରଣ ସାହସିକତା ଓ ବୀରତ୍ୱ ପ୍ରଦର୍ଶନ ପାଇଁ ଓଡ଼ିଆ ପୁଅ ତଥା ନୌସେନାରେ କାର୍ଯ୍ୟରତ ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ବିଶିଷ୍ଟ ସାମରିକ ମେଡାଲ୍ ପ୍ରଦାନ ପୂର୍ବକ ସମ୍ମାନିତ କରିଛନ୍ତି । ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ । ସେ ୨୦୧୯ରେ ନୌସେନାରେ ଯୋଗ ଦେଇଥିଲେ । ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରା ସମ୍ପ୍ରତି ବିଶାଖାପାଟଣାରେ କାର୍ଯ୍ୟରତ ଅଛନ୍ତି । ଶୌର୍ଯ୍ୟଚକ୍ରରେ ସମ୍ମାନିତ ଓଡ଼ିଆ ପୁଅ ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା । ବିମଳଙ୍କ ନିସ୍ୱାର୍ଥପର ସାହସିକତା ଏବଂ ଗଭୀର ଜଳରେ କରେଣ୍ଟ ମଧ୍ୟରେ ବିପଦପୂର୍ଣ୍ଣ ଅପରେସନ, ବୀରତ୍ୱର ଦୃଷ୍ଟାନ୍ତ ବୋଲି ସୋସିଆଲ ମିଡିଆ ଏକ୍ସରେ ଦର୍ଶାଇଛନ୍ତି ବୈଜୟନ୍ତ ପଣ୍ଡା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking