17.1 C
Bhubaneswar
Wednesday, February 11, 2026
Homeଓଡିଶାଯୁବକଙ୍କ ମୃତଦେହ ଉଦ୍ଧାର

ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର : ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧୀନ ଭଗବାନପୁରରା ରାସ୍ତା କଡ଼ରୁ ଏହି ମୃତ ଦେହ ଉଦ୍ଧାର ହୋଇଛି । ସୂଚନା ଅନୁସାରେ, ଆଜି ସକାଳୁ ବରୁଆଁ – ବାଲିଚନ୍ଦ୍ରପୁର ରାସ୍ତାର ଭଗବାନପୁରର ରାସ୍ତା କଡ଼ରେ ସ୍ଥାନୀୟ ଲୋକେ ଯୁବକଙ୍କର ମୃତଦେହ ପଡ଼ିଥିବା ଦେଖି ପ୍ରଥମେ ପୋଲିସକୁ ଖବର ଦେଇଥିଲେ। ଖବରପାଇ ଘଟଣା ସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ତଦନ୍ତରୁ ଜାଣିବାକୁ ପାଇଥିଲା ଯେ ମୃତ ଯୁବକ ହେଲେ ଅରାବଳ ଗ୍ରାମର ପବିତ୍ର ସାମଲ। ଏହାପରେ ପରିବାର ଲୋକଙ୍କୁ ଖବର ଦେଇଥିଲା। ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଟଙ୍କା ପୁଅରା ବୋଲି ଚିହ୍ନଟ କରିଥିଲେ। ତେବେ ତଦନ୍ତରୁ ଜଣାପଡିଛି ଯେ ଯୁବକଙ୍କର ପୂର୍ବରୁ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା। ପ୍ରେମ ବ୍ୟାପାରକୁ ନେଇ ପୁଅକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ପରିବାର ଲୋକ ଓ ଗ୍ରାମବାସୀ ଘଟଣାର ତଦନ୍ତ ଓ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଦାବି କରି ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking