33.1 C
Bhubaneswar
Saturday, October 5, 2024
Homeଓଡିଶାମାଲାବାର ଗୋଲ୍ଡ ଆଣ୍ଡ୍ ଡାଏମଣ୍ଡ୍‌, ସହିଦ୍‌ନଗର ପକ୍ଷରୁ ୧୦ ଦିନିଆ ‘ଡାଏମଣ୍ଡ୍ ଶୋ’

ମାଲାବାର ଗୋଲ୍ଡ ଆଣ୍ଡ୍ ଡାଏମଣ୍ଡ୍‌, ସହିଦ୍‌ନଗର ପକ୍ଷରୁ ୧୦ ଦିନିଆ ‘ଡାଏମଣ୍ଡ୍ ଶୋ’

ଭୁବନେଶ୍ୱର: ବିଶ୍ୱର ଅନ୍ୟତମ ଅଗ୍ରଣୀ ଜୁଏଲାରୀ ବ୍ରାଣ୍ଡ୍ ‘ମାଲାବାର ଗୋଲ୍ଡ ଆଣ୍ଡ୍ ଡାଏମଣ୍ଡ’ ଏହାର ସହିଦ୍‌ନଗର, ଭୁବନେଶ୍ୱର ସ୍ଥିତ ଷ୍ଟୋରରେ ‘ଡାଏମଣ୍ଡ୍ ଶୋ’ର ଶୁଭାରମ୍ଭ କରିଛି । ପ୍ରଚ୍ଛଦପଟ୍ଟ ଗାୟିକା ପ୍ରଜ୍ଞା ହୋତା, ମାଲାବାର ଗୋଲ୍ଡ ଆଣ୍ଡ୍ ଡାଏମଣ୍ଡ୍ ମ୍ୟାନେଜମେଣ୍ଟ ଟିମ୍‌ର ସଦସ୍ୟ, ଗ୍ରାହକ ଏବଂ ଶୁଭେଚ୍ଛୁଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ହୀରା ଅଳଙ୍କାରର ଏହି ବିକ୍ରି ତଥା ସ୍ୱତନ୍ତ୍ର ପ୍ରଦର୍ଶନୀରେ ବ୍ରାଇଡାଲ୍‌, ସଲିଟାୟାର, ଦୈନିକ ସଂଗ୍ରହ, ସେଲିବ୍ରେସନ୍ ନେକ୍‌ଲେସ୍‌, ପୁରୁଷଙ୍କ ଅଳଙ୍କାର ଏବଂ ପ୍ଲାଟିନମ୍ ଅଳଙ୍କାରଗୁଡ଼ିକର ପସନ୍ଦଯୋଗ୍ୟ ଏବଂ ବିସ୍ତୃତ ସଂଗ୍ରହର ଏକ ବୃହତ୍ ସମ୍ଭାରକୁ ସାମିଲ କରାଯାଇଛି । ଏହି ପ୍ରଦର୍ଶନୀ ୫ ଜୁଲାଇରୁ ଆରମ୍ଭ ହୋଇ ୧୪ ଜୁଲାଇ ପର୍ଯ୍ୟନ୍ତ ଚାଲିବ । ମାଲାବାର ଗୋଲ୍ଡ୍ ଆଣ୍ଡ୍ ଡାଏମଣ୍ଡ୍ ସହିଦ୍‌ନଗର ଷ୍ଟୋର ମୁଖ୍ୟ ଅସନଫ୍ ଏସମ୍ପର୍କରେ ସୂଚନା ଦେଇଛନ୍ତି ।
ମାଲାବାର ଗୋଲ୍ଡ ଆଣ୍ଡ୍ ଡାଏମଣ୍ଡ “ୱାନ୍ ଇଣ୍ଡିଆ ୱାନ୍ ଗୋଲ୍ଡ ରେଟ୍‌” ଅଭିଯାନ ଆରମ୍ଭ କରିଛି ଯେଉଁଥିରେ ଗ୍ରାହକଙ୍କୁ ଭାରତର ମାଲାବାର ସୁନା ଏବଂ ହୀରାର ସମସ୍ତ ଷ୍ଟୋରଗୁଡ଼ିକରେ ସର୍ବୋତ୍ତମ ମୂଲ୍ୟରେ ସୁନା ଅଳଙ୍କାର କିଣିବାର ଏକ ସୁବର୍ଣ୍ଣ ସୁଯୋଗ ଦିଆଯାଉଛି । ସେହିପରି ସମସ୍ତ ହୀରା ଅଳଙ୍କାରଗୁଡ଼ିକ ଆଇଜିଆଇ ସାର୍ଟିଫିକେଟ୍ ସହିତ ମୂଲ୍ୟଯୁକ୍ତ ଅତିରିକ୍ତ ସେବା ଯଥା ବାୟ୍‌ବ୍ୟାକ୍ ଗ୍ୟାରେଣ୍ଟି ଏବଂ ଆଜୀବନ ସୁନିଶ୍ଚିତ ରକ୍ଷଣାବେକ୍ଷଣ ଏବଂ ଏକ ବର୍ଷ ଅବଧିବିଶିଷ୍ଟ ନିଶ୍ଚିତ ବୀମା ସୁବିଧା ମଧ୍ୟ ପ୍ରଦାନ କରିଥାଏ । ମାଲାବାର ଗୋଲ୍ଡ ଆଣ୍ଡ୍ ଡାଏମଣ୍ଡ୍ ପକ୍ଷରୁ ଏକ ବିବାହ ଆଡଭାନ୍ସ କ୍ରୟ ଯୋଜନା ମଧ୍ୟ ଘୋଷଣା କରାଯାଇଛି, ଯେଉଁଥିରେ ଗ୍ରାହକଙ୍କୁ ମୋଟ୍ କ୍ରୟ ଅଳଙ୍କାର ପରିମାଣର ମାତ୍ର ୫% ଅଗ୍ରୀମ ଆକାରରେ ମଧ୍ୟ ଦେଇ ବଜାରରେ ଦେଖାଯାଉଥିବା ଅସ୍ଥିର ମୂଲ୍ୟଜନିତ ମାନସିକ ଦୁଶ୍ଚିନ୍ତାରୁ ମଧ୍ୟ ସୁରକ୍ଷିତ ରହିବାର ଏକ ବୃହତ୍ ସୁଯୋଗ ମିଳିପାରିବ ।
ମାଲାବାର ଗ୍ରୁପର ଏକ ଫ୍ଲାଗସିପ୍ କମ୍ପାନୀ ଭାବେ ‘ମାଲାବାର ଗୋଲ୍ଡ ଆଣ୍ଡ୍ ଡାଏମଣ୍ଡ’ ଭାରତର ଦ୍ରୁତତମ ବୃଦ୍ଧି ପାଉଥିବା ତଥା ସବୁଠାରୁ ବିଶ୍ୱସ୍ତ ଅଳଙ୍କାର ବ୍ରାଣ୍ଡ୍ ଭାବେ ପରିଗଣିତ ହେଉଥିବା ଏକ ବ୍ୟବସାୟିକ ପ୍ରତିଷ୍ଠାନ । ସ୍ୱାସ୍ଥ୍ୟ, ଶିକ୍ଷା, ଏବଂ ଗରିବଙ୍କ ପାଇଁ ଗୃହ, ମହିଳାଙ୍କ ସଶକ୍ତିକରଣ ଏବଂ ପରିବେଶ ସଂରକ୍ଷଣ ପଦକ୍ଷେପ ଦିଗରେ ମଧ୍ୟ ଏହା ନିଜ କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସ୍‌ଆର) କାର୍ଯ୍ୟକ୍ରମ ଆଧାରରେ ଅନେକ ସହବୋଧକ କାର୍ଯ୍ୟକଳାପ ପାଇଁ ଏହା ନିଜ ବାର୍ଷିକ ଲାଭର ଏକ ପୃଥକ ଅଂଶ ବଣ୍ଟନ କରିଥାଏ । ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ଖୁଚୁରା ସୁନା ଶିଳ୍ପ କ୍ଷେତ୍ରରେ ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡ ଏକ ଟ୍ରେଣ୍ଡସେଟର୍ ପାଲଟିଛି, ଯାହାର ଭାରତ, ସିଙ୍ଗାପୁର ଏବଂ ଜିସିସି (ଗଲ୍ଫ କୋଅପରେସନ୍ କାଉନ୍‌ସିଲ୍‌) ବା ଗଲ୍ଫ ଦେଶଗୁଡ଼ିକରେ ପ୍ରାୟ ୩୫୦ରୁ ଅଧିକ ଶୋ’ରୁମ୍ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking