24.1 C
Bhubaneswar
Tuesday, February 10, 2026
Homeଓଡିଶାସରକାରୀ ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟର ୭୫ ତମ ପ୍ରତିଷ୍ଠା ଦିବସ ପାଳନ ସହ ଆଗାମୀ ପ୍ଲାଟିନମ୍...

ସରକାରୀ ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟର ୭୫ ତମ ପ୍ରତିଷ୍ଠା ଦିବସ ପାଳନ ସହ ଆଗାମୀ ପ୍ଲାଟିନମ୍ ଜୁବିଲି ମହୋତ୍ସବ

ଯାଜପୁର : ସଫଳ ଉଦ୍ଦେଶ୍ୟରେ ମା ହିଙ୍ଗୁଳା ଙ୍କ ପାଖରୁ ଶୁଭ କଳସ ପୂଜା ହୋଇ ବିଦ୍ୟାଳୟରେ ରଖାଗଲା:- ଅଦ୍ୟ ୫ ଜୁଲାଇ ୨୦୨୪ ମସିହା କୁ ସରକାରୀ ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟ ଶଙ୍ଖଚିଲା, ଯାଜପୁର ର ୭୫ ତମ ପ୍ରତିଷ୍ଠା ଦିବସ ବା ବିଦ୍ୟାଳୟ ର ଜନ୍ମ ଦିନ ଉତ୍ସବ କୁ ବିଦ୍ୟାଳୟ ର ପୁରାତନ ଛାତ୍ର ସଂଘ ଓ ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ , ଅଭିଭାବକ, ପରିଚାଳନା ମଣ୍ଡଳୀ ଓ କର୍ମଚାରୀ ବୃନ୍ଦ ସହ ଅଞ୍ଚଳ ବାସୀ ମହା ସମାରୋହରେ ପାଳନ କରିବାକୁ ମନସ୍ଥ କରି ଆଜି ସେହି ପରିପ୍ରେକ୍ଷୀରେ ସକାଳ ୧୦ ଘଟିକା ସମୟରେ ମା ହିଙ୍ଗୁଳା ଙ୍କୁ ସମୁହ ପୂଜାର୍ଚ୍ଚନା କରି ଶୁଭ କଳସ ସ୍ଥାପନା ପୂର୍ବକ ମା’ଙ୍କ ପାଖରୁ ଆଶିର୍ବାଦ ନେଇ ବିଦ୍ୟାଳୟ ର ଛାତ୍ରଛାତ୍ରୀ, ଅଞ୍ଚଳ ବାସୀ, ପୁରାତନ ଛାତ୍ର ସଂଘ ବରିଷ୍ଠ କର୍ମକର୍ତ୍ତା ମଣ୍ଡଳୀ ଓ ବିଭିନ୍ନ ପୁରାତନ ବ୍ୟାଚ ର ଛାତ୍ର ବନ୍ଧୁ ଏବଂ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ବୃନ୍ଦ ଏକ ଶୁଭ କଳସ ଶୋଭାଯାତ୍ରା ରେ ଆଜ୍ଞା କଳସ ଧରି ପୁରାତନ ଛାତ୍ର ସଂଘ ଉପଦେଷ୍ଟା ତଥା ହିଙ୍ଗୁଳା କମିଟି ର ସଭାପତି କୃଷ୍ଣ ଚନ୍ଦ୍ର ସାହୁ ଓ ଉପସଭାପତି ବିଷ୍ଣୁ ଚରଣ ସାହୁଙ୍କ ନେତୃତ୍ୱରେ ମା ଙ୍କ ପୀଠ ରୁ ବାହାରି ବିଦ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ। ଏହାପରେ ବିଦ୍ୟାଳୟ ପରିସରରେ କଳସ ସ୍ଥାପନା ସହ ଆଜି ର ବିଶେଷ ଦିବସ ର ମହତ୍ଵ ଓ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ପୁରାତନ ଛାତ୍ର ସଂଘ କର୍ମକର୍ତ୍ତା ମଣ୍ଡଳୀ ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକଙ୍କ ତରଫରୁ ଉପସ୍ଥିତ ଛାତ୍ର ଛାତ୍ରୀ ଓ ସର୍ବ ସାଧାରଣଙ୍କୁ ସୂଚନା ଦେଇଥିଲେ। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ବଣ୍ଟନ ସହ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା। ବିଶେଷ କରି ବିଦ୍ୟାଳୟ ର ୭୫ ତମ ପ୍ରତିଷ୍ଠା ଦିବସ ତଥା ପ୍ଲାଟିନମ୍ ଜୁବିଲି ମହୋତ୍ସବକୁ ଦେଶର ମହାମହିମ ରାଷ୍ଟ୍ରପତି ମହୋଦୟା ଙ୍କୁ ନିମନ୍ତ୍ରଣ କରାଯିବା ର ପ୍ରାୟତଃ ବ୍ୟବସ୍ଥା କରାଯାଇଥିବାର ବରିଷ୍ଠ କର୍ମକର୍ତ୍ତା ମଣ୍ଡଳୀ ଙ୍କ ଠାରୁ କଥା ଶୁଣି ଅଞ୍ଚଳ ବାସୀ ଓ ସମସ୍ତ ଛାତ୍ରଛାତ୍ରୀ ସର୍ବୋପରି ୭୫ ବର୍ଷ ର ସମସ୍ତ ଛାତ୍ରଛାତ୍ରୀଙ୍କ ମହଲରେ ଆନନ୍ଦ ର ଉତ୍ସାହ ଖେଳି ଯାଇଛି। ତେଣୁ ମହା ଧୂମ୍ ଧାମ୍ ରେ କିଭଳି ଏହି ବିଶେଷ ସ୍ମରଣଯୋଗ୍ୟ କାର୍ଯ୍ୟକ୍ରମ ଶାନ୍ତି ପୂର୍ଣ୍ଣ ଭାବେ ଭାଇ ଚାରା ଭିତ୍ତିକ ଗାରିମା ମୟ ଢଙ୍ଗରେ ସଫଳ ହୋଇ ପାରିବ ସେଥି ପାଇଁ ଦେଶ ବିଦେଶ ରେ ପ୍ରତିଷ୍ଠିତ ସମସ୍ତ ପୁରାତନ ଛାତ୍ର ଛାତ୍ରୀ ଙ୍କ ଠୁଁ ଆରମ୍ଭ କରି ଅଞ୍ଚଳ ବାସୀ, ପାଖ ପଡୋଶୀ ଅଞ୍ଚଳ ର ସମସ୍ତ ବୁଦ୍ଧିଜୀବୀ ପର୍ଯ୍ୟନ୍ତ ସୁଚିନ୍ତିତ ମତାମତ, ସହଯୋଗ ର ହାତ ଏବଂ ବିଶେଷ କରି ସ୍ବତନ୍ତ୍ର ସ୍ମରଣିକା ପ୍ରକାଶନ ରେ କିଭଳି ବହୁ ସଂଖ୍ୟକ ପୁରାତନ ଛାତ୍ର ଛାତ୍ରୀ ଭାଗ ନେଇ ସମୁହ ଐତିହାସିକ ସଫଳତା ଲାଭ କରିପାରିବ ତା ଉପରେ ପୁରାତନ ଛାତ୍ର ସଂଘ ର ସଭାପତି ଦୀନବନ୍ଧୁ ନାୟକ, ସମ୍ପାଦକ ବିନୋଦ ବିହାରୀ ସାହୁ, କୋଷାଧ୍ୟକ୍ଷ ରଘୁନାଥ ସାହୁ , ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଭିଜିତ ବାରିକ ପ୍ରମୁଖ ସମସ୍ତ ଠାରୁ ସହଯୋଗ ମାଗିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯକାରୀ ସଭାପତି ଶ୍ରୀଧର ଦାସ, ଉପଦେଷ୍ଟା ବୈକୁଣ୍ଠ ଚରଣ ଜେନା, ଯୁଗ୍ମ ସମ୍ପାଦକ ଅକ୍ଷୟ କୁମାର ଜେନା ଓ ଅନନ୍ତ ଚରଣ ମଲିକ,ସହ ସମ୍ପାଦକ ଦେବ ପ୍ରକାଶ ସାହୁ,ସଭ୍ୟ ତଥା ହିଙ୍ଗୁଳା କମିଟି ସମ୍ପାଦକ କୃଷ୍ଣ ଚନ୍ଦ୍ର ସାହୁ , କୈଳାସ ଚନ୍ଦ୍ର ପଣ୍ଡା, ଆର୍ଯ୍ୟ ବିଭାସ କୁମାର, ସନ୍ତୋଷ କୁମାର ବେହେରା, ବିମଳେନ୍ଦୁ ସାହୁ, ଭାଗିରଥି ବାରିକ୍,ଦିଲିପ୍ କୁମାର ସାହୁ, ଅମୀୟ କୁମାର ସାହୁ,ଅଶୋକ କୁମାର ପଣ୍ଡା, ବାବାଜୀ ଚରଣ ସାହୁ ପ୍ରମୁଖ ସହଯୋଗ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking