14.1 C
Bhubaneswar
Sunday, December 28, 2025
Homeଓଡିଶାଟଙ୍କା ପାଇଁ ବାପାଙ୍କୁ ହତ୍ୟା କରିଥିବା ପୁଅ ଗିରଫ

ଟଙ୍କା ପାଇଁ ବାପାଙ୍କୁ ହତ୍ୟା କରିଥିବା ପୁଅ ଗିରଫ

ଭୁବନେଶ୍ୱର:  ପିତୃହନ୍ତା ଉଚ୍ଚ ଶିକ୍ଷିତ ପୁଅକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ମଞ୍ଚେଶ୍ୱର ଥାନା ପୁଲିସ । ଗିରଫ ଅଭିଯୁକ୍ତ ହେଲେ ଉକ୍ତ ଥାନା ଅନ୍ତର୍ଗତ ରଙ୍ଗମାଟିଆ ସ୍ଥିତ ଡି.ଏଚ.ପି.ଏଲ୍ ହୋମସରେଲ ରହୁଥିବା ଅନିରୁଧ ଚୌଧୁରୀ ଓରଫ ଟିକୁଲ । ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ସୁନିତା ଚୌଧୁରୀ ଏବଂ ତାଙ୍କ ସ୍ୱାମୀ ସୁନିଲ ଚୌଧୁରୀ  ରଙ୍ଗମାଟିଆ ସ୍ଥିତ ଡି.ଏଚ.ପି.ଏଲ୍ ହୋମସର ପ୍ରଥମ ମହଲାର ରୁମ- ୧୦୮ରେ ରୁହନ୍ତି । ତାଙ୍କ ପୁଅ ଅନିରୁଧ ଏକ ଘରୋଇ କଲେଜରେ ଅଧ୍ୟାପକ ଥିବାରୁ ସେ ବାହାରେ ରହୁଥିଲେ ହେଲେ ସେ ଗତ ୨୮ତାରିଖରେ ଆସି ତାଙ୍କ ସହ ରହିଥିଲେ । ଆଉ ସେ କରିଥିବା ଲୋନ ପାଇଁ ଅନେକ ଚାପରେ ରହୁଥିବା ଜଣାଇଥିଲେ । ସେଥିନିମନ୍ତେ ବାପାଙ୍କୁ ସେହି ଋଣ ପୈଠ କରିବା ପାଇଁ ଟଙ୍କା ମାଗିଥିଲେ ହେଲେ ବାପା ଟଙ୍କା ଦେବା ପାଇଁ ମନା କରିଦେଇଥିଲେ । ଯାହା ଫଳରେ ବୁଧବାର ଭୋର ପ୍ରାୟ ୩.୩୦ ସମୟରେ ଅଭିଯୋଗକାରୀଣୀ ଏବଂ ତାଙ୍କ ସ୍ୱାମୀ ଶୋଇଥିବା ବେଳେ, ପୁଅ ଅଭିଯୁକ୍ତ ଅନିରୁଧ ଏକ ତୀକ୍ଷ୍ଣ ଛୁରୀ ସାହାଯ୍ୟରେ ତାଙ୍କ ତାଙ୍କ ବାପାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ମରଣାନ୍ତକ ଆକ୍ରମଣ ଫଳରେ ତାଙ୍କ ବାପାଙ୍କ ଶରୀରରୁ ମାତ୍ରାଧିକ ରକ୍ତସ୍ରାବ ହୋଇଥିଲା । ଫଳରେ ସେଠାରେ ହିଁ ସେ ଟଳିପଡିଥିଲେ । ପରେ ପଡୋଶୀଙ୍କ ସହାୟତାରେ ତାଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଅଭିଯୋଗକାରିଣୀଙ୍କ ଅଭିଯୋଗ ଭିତ୍ତିରେ ମଞ୍ଚେଶ୍ୱର ଥାନା ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଅଭିଯୁକ୍ତ ଅନିରୁଧଙ୍କୁ ଗିରଫ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ନିଜ ଅପରାଧ ସ୍ୱୀକାର କରିଥିବା ବେଳେ, ପତ୍ନୀ ଏବଂ ବାପାଙ୍କ ସହିତ ପାରିବାରିକ କଳହ କେନ୍ଦ୍ରକରି ଏପରି କାଣ୍ଡ ଭିଆଇଥିବା ଦର୍ଶାଇଥିଲେ । ଅଭିଯୁକ୍ତ ଜଣକ ପୂର୍ବରୁ ୨୭ ଲକ୍ଷ ଟଙ୍କାର ଲୋନ ଆଣିଥିବା ବେଳେ, ଏହାକୁ ଶୁଝିବା ନିମନ୍ତେ ବାପାଙ୍କୁ କହିଥିଲେ ମଧ୍ୟ ବାପା ଟଙ୍କା ଦେବା ପାଇଁ ମନା କରିଥିଲେ, ତା ସହିତ ଘରର କୌଣସି ସମ୍ପତି ମଧ୍ୟ ବିକ୍ରି କରିବାକୁ ସମ୍ପୂର୍ଣ୍ଣ ମନା କରିଦେଇଥିଲେ । ଫଳରେ ସେ ଉତ୍ତ୍ୟକ୍ତ ହୋଇ ବାପାଙ୍କ ହତ୍ୟା କରିଥିଲେ ବୋଲି ସ୍ୱୀକାର କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking