ଭୁବନେଶ୍ୱର : ଓଡିଆ ଭାଷାରେ ହେବ ସରକାରୀ କାର୍ଯ୍ୟ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘୋଷଣା । ଆବଶ୍ୟକ ପଡିଲେ ଆଇନରେ ସଂଶୋଧନ କରାଯିବ । ଓଡିଆ ଭାଷା ପ୍ରତିଷ୍ଠାନର ପୁନର୍ଗଠନ କରାଯିବ । ଓଡିଆ ଭାଷା ଓ ସାହିତ୍ୟର ପ୍ରସାର ପାଇଁ ଅନୁଦାନ ଏକାଡେମୀ ହେବ । ଗଠନ ହେବ ଓଡିଆ ଅସ୍ମିତା ଭବନ । ଭାଷା କମିଶନ ଗଠନ କରାଯିବ । ପ୍ରତ୍ୟେକ ଜିଲ୍ଲାରେ ସମନ୍ୱୟ ସଂସ୍କୃତି ଭବନ ନିର୍ମାଣ ହେବ । ଜିଲ୍ଲାରେ କଳା ସଂସ୍କୃତିକୁ ପ୍ରୋତ୍ସାହିତ କରାଯିବ । ଉଚ୍ଚବିଦ୍ୟାଳୟ ସ୍ତରରେ ଓଡିଆ ଭାଷା ଶିକ୍ଷକ ନିଯୁକ୍ତି ହେବେ । ବରୁଣେଇରେ ପାଇକ ଏକାଡେମୀ ଓ ସ୍ମାରକୀ ନିର୍ମାଣ ତ୍ୱରାନ୍ୱିତ ହେବ । ବିଭିନ୍ନ ଐତିହ୍ୟପୀଠର ବିକାଶକୁ ଗୁରୁତ୍ୱ ଦିଆଯିବ ।