27.1 C
Bhubaneswar
Tuesday, March 31, 2026
Homeଖେଳଖେଳୁ ଖେଳୁ ହଠାତ ହୃଦଘାତରେ ଚାଲିଗଲା ବ୍ୟାଡମିଣ୍ଟନ ଖେଳାଳିଙ୍କ ଜୀବନ

ଖେଳୁ ଖେଳୁ ହଠାତ ହୃଦଘାତରେ ଚାଲିଗଲା ବ୍ୟାଡମିଣ୍ଟନ ଖେଳାଳିଙ୍କ ଜୀବନ

ନୂଆଦିଲ୍ଳୀ : ୧୭ବର୍ଷ ବୟସରେ ଚୀନର ବ୍ୟାଡମିଣ୍ଟନ ଖେଳାଳିଙ୍କ ମୃତ୍ୟୁ । ଏହି ଖେଳାଳିଙ୍କ ମୃତ୍ୟୁ ପରେ ଖେଳ ଜଗତରେ ଶୋକରଛାୟା ଖେଳି ଯାଇଛି। ଚୀନର ୧୭ବର୍ଷର ବ୍ୟାଡମିଣ୍ଟନ ଖେଳାଳି ଝାଙ୍ଗ ଝିଜି କିଣ୍ଡରଗାର୍ଟନରେ ବ୍ୟାଡମିଣ୍ଟନ ଖେଳିବା ଆରମ୍ଭ କରିଥିଲେ। ଝିଜିଙ୍କୁ ଗତବର୍ଷ ଚୀନର ନ୍ୟାସନାଲ ୟୁଥ ଟିମରେ ସାମିଲ କରାଯାଇଥିଲା। ଇଣ୍ଡୋନେସିଆର(ଜକାର୍ତ୍ତା)ରେ ଖେଳ ଚାଲିଥିବା ବେଳେ ଚଟାଣରେ ହଠାତ ଝିଜି ଅଚେତ ହୋଇପଡ଼ିଥିଲେ। ସଙ୍ଗେସଙ୍ଗେ ତାଙ୍କୁ ସେଠାରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଦୁଃଖର ବିଷୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏହି ଘଟଣାର ଖବର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ପାଇବା ପରେ ସେ ବି ଦୁଃଖୀ ହୋଇଯାଇଥିଲେ। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ଜୁନିୟର ଏସିଆଇ ବ୍ୟାଡମିଣ୍ଟନ ଚମ୍ପିୟାନସିପରୁ ଯୁବା ବ୍ୟାଡମିଣ୍ଟର ଖେଳାଳି ଝାଙ୍ଗ ଝିଜିଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦାୟକ। ଦୁନିଆ ଆଜି ଜଣେ ଅସାଧାରଣ ପ୍ରତିଭାକୁ ହରାଇ ଦେଲା। ଭଗବାନ ଝାଙ୍ଗ ଝିଜିଙ୍କଙ୍କ ପରିବାକୁ ଏଦୁଃଖ ସହିବାକୁ ଶକ୍ତି ଦିଅନ୍ତୁ।’

 

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking