24.1 C
Bhubaneswar
Friday, December 26, 2025
Homeଓଡିଶାମୋଟରସାଇକେଲ ଚୋରି ଅଭିଯୋଗରେ ୩ ଗିରଫ

ମୋଟରସାଇକେଲ ଚୋରି ଅଭିଯୋଗରେ ୩ ଗିରଫ

ଭୁବନେଶ୍ୱର: ଟିଭିଏସ ଏକ୍ସଏଲ ମୋଟରସାଇକେଲ ଚୋରି ଅଭିଯୋଗରେ ଆଜି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଲିଅନ୍ତା ଥାନା ପୁଲିସ । ଗିରଫ ଅଭିଯୁକ୍ତ ହେଲେ ବାଲିଅନ୍ତ ଥାନା ଅଞ୍ଚଳର ରଜତ୍ ସେଠୀ ଓରଫ ସୁଶିଲ(୨୬), ପବିତ୍ର ବେହେରା ଓରଫ ପେଟ୍ରା(୩୩) ଏବଂ ପଶ୍ଚିମ ଆଦିତ୍ୟ ମଣ୍ଡଳ ଓରଫ ତରପଡା(୨୬) । ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଅଜିତ କୁମାର ସାମନ୍ତ ବାଲିଅନ୍ତା ଥାନା ଅନ୍ତର୍ଗତ ବଳଭଦ୍ରପୁର ବାସିନ୍ଦା । ଗତ ୨୦ ତାରିଖ ବିଳମ୍ବିତ ରାତିରେ ଦୁଇ ଅଭିଯୁକ୍ତ ରଜତ ସେଠି ଓରଫ ସୁଶୀଲ ଏବଂ ପବିତ୍ର ବେହେରା ଓରଫ ପେଟ୍ରା ଚୋରୀ ଉଦ୍ଦେଶ୍ୟରେ ବଳଭଦ୍ରପୁର ଗ୍ରାମକୁ ଯାଇଥିବା ବେଳେ, ଅଭିଯୋଗକାରୀଙ୍କ ଘର ବାରଣ୍ଡାରେ ପାର୍କିଂ ହୋଇଥିବା ତାଙ୍କର ଟିଭିଏସ ଏକ୍ସଏଲ ମୋଟରସାଇକେଲକୁ କୌଶଳ କ୍ରମେ ସେଠାରୁ ଚୋରିକରି ନେଇଯାଇଥିଲେ । ପରେ ଉଭୟ ମିଶି ବେଣୁପୁର ଠାରେ ଥିବା ଅନ୍ୟଜଣେ ଅଭିଯୁକ୍ତ କବାଡିଆ ଦୋକାନୀ ଆଦିତ୍ୟ ମଣ୍ଡଳ ଓରଫ ତାରାପଦଙ୍କୁ ଯୋଗାଯୋଗ କରି ୧୫୦୦ ଟଙ୍କାରେ ଉକ୍ତ ଗାଡ଼ିକୁ ବିକ୍ରିବାର ଯୋଜନା କରିଥିଲେ । ଯୋଜନା ଅନୁଯାଇ ଉଭୟ ଅଭିଯୁକ୍ତ ଉକ୍ତ ଗାଡ଼ିକୁ ନେଇ କବାଡିଆ ଦୋକାନରେ ପହଞ୍ଚିବା ପରେ ତିନିଜଣ ଏକାଠି ମିଶି ଉକ୍ତ ଗାଡ଼ିକୁ ଖଣ୍ଡଖଣ୍ଡ କରି କାଟିଥିଲେ । ଏହି ଘଟଣା ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ବାଲିଅନ୍ତା ଥାନା ପୁଲିସ ଅବିଳମ୍ବେ ଉକ୍ତ କବାଡିଆ ଦୋକାନରେ ଚଢଉ କରିବା ସହିତ ତିନିଜଣ ଅଭିଯୁକ୍ତଙ୍କୁ କାବୁ କରିଥିବା ବେଳେ, ସେମାନଙ୍କ ହେପାଜତରୁ ଉକ୍ତ ଚୋରା ମୋଟରସାଇକେଲର ବିଭିନ୍ନ ଖଣ୍ଡକୁ ଜବତ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking