28.1 C
Bhubaneswar
Tuesday, May 5, 2026
Homeଓଡିଶାନିଅଣ୍ଟିଆ ବର୍ଷା : ବଢୁଛି ଚାଷୀର ଚିନ୍ତା

ନିଅଣ୍ଟିଆ ବର୍ଷା : ବଢୁଛି ଚାଷୀର ଚିନ୍ତା

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ରହିଥିବା ବେଳେ ୩ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ବର୍ଷା ହେବ । ପରେ ବର୍ଷାର ପରିମାଣ ବଢିବ ବୋଲି ଆକଳନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେପଟେ ନିଅଂଟିଆ ବର୍ଷା ଚିନ୍ତା ବଢ଼ାଇଛି । ଚଳିତମାସ ୧୭ଟି ଜିଲ୍ଲାରେ ନିଅଂଟିଆ ବର୍ଷା ହୋଇଥିବା ବେଳେ ମୟୁରଭଂଜରେ ସର୍ବାଧିକ ୬୭% ନିଅଂଟିଆ ବର୍ଷା ରେକର୍ଡ ହୋଇଛି । ଓଡିଶାରେ ମୌସୁମୀ ସଅଳ ଆସିଥିଲା । କିନ୍ତୁ ପାଗ ଅନୁକୂଳ ନହେବାରୁ ଏହା ବିଳମ୍ବରେ ସାରା ରାଜ୍ୟରେ ସକ୍ରିୟ ହୋଇଛି । ଯାହାର ପ୍ରଭାବ ଏବେ ପଡିଛି । ଜୁନ୍ ୧ରୁ ଜୁନ୍ ୩୦ ଯାଏଁ ନିଅଂଟିଆ ବର୍ଷା ରେକର୍ଡ ହୋଇଛି । ଜୁନରେ ଯେତିକି ବର୍ଷା ହେବାକଥା ତାଠାରୁ ୨୭ ପ୍ରତିଶତ କମ୍ ବର୍ଷା ହୋଇଛି । ୧୭ଟି ଜିଲ୍ଲାରେ ନିଅଂଟିଆ ବର୍ଷା ରହିଥିବା ବେଳେ ମୟୁରଭଂଜରେ ସର୍ବାଧିକ ୬୭% ନିଅଂଟିଆ ବର୍ଷା ରେକର୍ଡ ହୋଇଛି । ରାଜ୍ୟରେ ଏପର୍ୟ୍ୟନ୍ତ ୧୫୩. ୬ ମିଲିମିଟର ବର୍ଷା ହୋଇଛି । ୧୨ଟି ଜିଲ୍ଲାରେ ଚଳିତମାସ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ କେବଳ ମାଲକାନଗିରିରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି ।ଉତର ପଶ୍ଚିମ ବଂଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ନିଅଂଟିଆ ବର୍ଷାର ଭରଣା କରିବା ନେଇ ଆଶା ରଖାଯାଇଥିଲେ ବି ସେତେଟା ପ୍ରଭାବୀ ହୋଇପାରି ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking