25.1 C
Bhubaneswar
Monday, February 23, 2026
Homeଓଡିଶାମର୍ମନ୍ତୁଦ ଦୁର୍ଘଟଣା : ବାପା-ପୁଅ ମୃତ, ଝିଅ ଗୁରୁତର

ମର୍ମନ୍ତୁଦ ଦୁର୍ଘଟଣା : ବାପା-ପୁଅ ମୃତ, ଝିଅ ଗୁରୁତର

ନୂଆପଡା : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ଧାରିବରି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଚାଲିଗଲା ବାପା-ପୁଅଙ୍କ ଜୀବନ, ଝିଅ ଗୁରୁତର। ମୃତକ ସିନାପାଲି ଥାନା ଭରୁଆମୁଣ୍ଡା ପଞ୍ଚାୟତ ଚଚରାଭଟା ଗାଁର ଆତ୍ମାରାମ ତାଣ୍ଡି ଏବଂ ତାଙ୍କ ପୁଅ ଲିଙ୍ଗରାଜ ତାଣ୍ଡି ବୋଲି ଜଣାପଡିଛି। ସିନାପାଲି ବ୍ଲକ ଅନ୍ତର୍ଗତ ବରଗାଁରୁ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇ ୩ଜଣ ବାଇକ୍‌ରେ ଫେରୁଥିଲେ। ଧୋବାଘାଟ ନିକଟରେ ବିପରୀତ ପଟୁ ଆସୁଥିବା ଏକ କାର୍‌ ସହ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ବାପା ଆତ୍ମାରାମଙ୍କ ମୃତ୍ୟୁ ଘଟିଥିବାବେଳେ ଲିଙ୍ଗରାଜ ଓ ବେଲମତିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପରେ ଲିଙ୍ଗରାଜଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ବେଲମତିଙ୍କୁ ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking