28.1 C
Bhubaneswar
Tuesday, March 3, 2026
Homeଓଡିଶାଅଟୋ ଓ ବାଇକ ମଧ୍ୟରେ ଧକ୍କା: ଜଣେ ମୃତ, ୧୩ ଆହତ

ଅଟୋ ଓ ବାଇକ ମଧ୍ୟରେ ଧକ୍କା: ଜଣେ ମୃତ, ୧୩ ଆହତ

ରାୟଗଡ଼ା : ରାୟଗଡ଼ାର ମା’ ମଝିଘରିଆଣୀ ମନ୍ଦିର-ପିତମୋହଲ ରାସ୍ତାରେ ଏକ ଅଟୋ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକଙ୍କ ନାଁ ଗଣେଶ ପିଡ଼ିକା। ତାଙ୍କ ଘର ରାୟଗଡ଼ାରେ ବେହେରାଗୁଡ଼ାରେ। ସେ ବାଇକ ଚଲାଉଥିଲେ। ତାଙ୍କ ସହିତ ବାଇକ୍‌ରେ ଯାଉଥିବା ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ଘର ରାୟଗଡ଼ାର ଗୁର୍କା ସାହିରେ। ଅଟୋରେ ଥିବା ୧୧ ଜଣ ଆହତ ହୋଇଛନ୍ତି। ସେମାନେ ସମସ୍ତେ ଆନ୍ଧ୍ର ପ୍ରଦେଶ-ଓଡ଼ିଶା ସୀମାନ୍ତ ଅଞ୍ଚଳ ଅତଡ଼ା, ସେଶଖାଲ ଓ କାଞ୍ଚକବାଲାଶାର। ସମସ୍ତ ଆହତଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଟୋଟି ଆନ୍ଧ୍ର ପ୍ରଦେଶ ଆଡୁ ରାୟଗଡ଼ା ସହର ଅଭିମୁଖେ ଆସୁଥିବା ବେଳେ ବାଇକଟି ଆନ୍ଧ୍ର ଆଡ଼କୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଦ୍ରୁତ ଗତି ଯୋଗୁ ଏହି ଦୁର୍ଘଟଣା ଘଟିଛି, ନା ଆଉ କିଛି ହୋଇଛି, ତାହା ଜଣାପଡ଼ିନି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking