26.6 C
Bhubaneswar
Wednesday, April 15, 2026
Homeଖେଳଟି-୨୦ ବିଶ୍ଵକପ୍ ସେମିଫାଇନାଲ : ଆଜି ଭାରତ ବନାମ ଇଂଲଣ୍ଡ ମହାମୁକାବିଲା

ଟି-୨୦ ବିଶ୍ଵକପ୍ ସେମିଫାଇନାଲ : ଆଜି ଭାରତ ବନାମ ଇଂଲଣ୍ଡ ମହାମୁକାବିଲା

ନୂଆଦିଲ୍ଲୀ : ଟି-୨୦ କ୍ରିକେଟ୍ ବିଶ୍ଵକପ ଦ୍ଵିତୀୟ ସେମିରେ ଭାରତ-ଇଂଲଣ୍ଡ ମଧ୍ୟରେ ଟକ୍କର ହେବ। ୨୦୨୨ ଟି୨୦ ବିଶ୍ବକପ୍‌ ସେମିଫାଇନାଲରେ ଆଡିଲେଡ୍‌ ପରାଜୟ କଥା ଭାରତ ଭୁଲିନାହିଁ। ଭାରତକୁ ୧୦ ୱିକେଟ୍‌ରେ ଇଂଲଣ୍ଡ ପରାସ୍ତ କରିଥିଲା। ଏହାର ପ୍ରତିଶୋଧ ନେବା ସହ ୩ୟ ଥର ଟ୍ବେଣ୍ଟି୨୦ ବିଶ୍ବକପ୍‌ ଫାଇନାଲ ଖେଳିବା ଲକ୍ଷ୍ୟରେ ରୋହିତ ସେନା ଓହ୍ଲାଇବ। ଭାରତ ୫ମ ଥର ସେମିଫାଇନାଲ ଖେଳିବ। ୨୦୦୭ରେ ଭାରତ ଚାମ୍ପିଅନ ଓ ୨୦୧୪ରେ ରନର୍ସଅପ୍ ହୋଇଥିବା ବେଳେ ୨ ଥର ସେମିଫାଇନାଲରୁ ବିଦାୟ ନେଇଥିଲା। ହେଲେ ଚଳିତଥର ଭାରତୀୟ ଦଳ ବେଶ୍‌ ଶକ୍ତିଶାଳୀ ରହିଛି। ସମସ୍ତ ବିଭାଗରେ ଚାମ୍ପିଅନଙ୍କ ପରି ଖେଳି ଭାରତ କୌଣସି ମ୍ୟାଚ୍‌ ହାରିନାହିଁ। ଲିଗ୍ ପର୍ୟ୍ୟାୟରେ ଆୟରଲାଣ୍ଡ, ପାକିସ୍ତାନ ଓ ଆମେରିକାକୁ ଭାରତ ପରାସ୍ତ କରିଥିବା ବେଳେ କାନାଡା ବିପକ୍ଷ ମ୍ୟାଚ୍‌ ବାତିଲ ହୋଇଥିଲା। ସୁପର ଏଇଟ୍‌ରେ ଆଫ୍‌ଗାନିସ୍ତାନ, ବାଂଲାଦେଶ ଓ ଅଷ୍ଟ୍ରେଲିଆକୁ ସହଜରେ ଭାରତ ପରାସ୍ତ କରିଛି। ତେବେ ଇଂଲଣ୍ଡର ସେମିଫାଇନାଲ ରାସ୍ତା ସେତେ ସୁଗମ ନ ଥିଲା। ସ୍କଟ୍‌ଲାଣ୍ଡ ବିପକ୍ଷରେ ଏହାର ପ୍ରଥମ ମ୍ୟାଚ୍‌ ବାତିଲ ହୋଇଥିବା ବେଳେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇ ଚିନ୍ତାରେ ପଡ଼ିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking