18.1 C
Bhubaneswar
Friday, February 13, 2026
Homeଓଡିଶାଜୁଲାଇ ମାସ ତୃତୀୟ ସପ୍ତାହରେ ଆରମ୍ଭ ହେବା ବିଧାନସଭାର ବଜେଟ ଅଧିବେଶନ

ଜୁଲାଇ ମାସ ତୃତୀୟ ସପ୍ତାହରେ ଆରମ୍ଭ ହେବା ବିଧାନସଭାର ବଜେଟ ଅଧିବେଶନ

ଭୁବନେଶ୍ୱର : ଜୁଲାଇ ମାସ ତୃତୀୟ ସପ୍ତାହରେ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବା ନେଇ ସୂଚନା ମିଳିଛି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମୋହନ ସରକାର ସଂଶୋଧିତ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ। ସେହିପରି ଦୁଇମାସ ପାଇଁ ଗୃହରେ ଲେଖାନୁଦାନ (କାମଚଳା) ବଜେଟ ଆଗତ ହେବ। ଚଳିତଥର ସଂଶୋଧିତ ପୂର୍ଣ୍ଣାଙ୍ଗ ବଜେଟର ଆକାର ୨.୭୦ ଲକ୍ଷ କୋଟି ଟପିବା ନେଇ ଆକଳନ କରାଯାଉଛି। ସୂଚନାଯୋଗ୍ୟ ଯେ ଗତ ଫେବ୍ରୁଆରୀ ୮ ତାରିଖରେ ବିଦାୟୀ ବିଜେଡି ସରକାର ଗୃହରେ ୨.୫୫ ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଥିଲେ। ଏହାସହ ଏପ୍ରିଲରୁ ଜୁଲାଇ ପର୍ୟ୍ୟନ୍ତ ପ୍ରଥମ ୪ ମାସ ପାଇଁ ଏଥିରୁ ୧.୧୮ ଲକ୍ଷ କୋଟି ଟଙ୍କାର ଲେଖାନୁଦାନକୁ ଆଗତ କରିଥିଲେ। ଫେବ୍ରୁଆରୀ ୯ ତାରିଖରେ ବ୍ୟୟମଞ୍ଜୁରୀ ବିଧେୟକକୁ ମଞ୍ଜୁରୀ ମିଳିଥିଲା। ଆସନ୍ତା ଜୁଲାଇ ୩୧ ତାରିଖ ଯାଏଁ କାମଚଳା ବଜେଟକୁ ଅନୁମୋଦନ ମିଳିଥିବାରୁ ଏହା ପୂର୍ବରୁ ମୋହନ ସରକାର ଆଣିବାକୁ ଥିବା କାମଚଳା ବଜେଟ ଗୃହର ଅନୁମୋଦନ ନେବା ଆବଶ୍ୟକ ହୋଇପଡ଼ିଛି। ନିର୍ବାଚନ ବେଳେ ବିଜେପି ଦେଇଥ୍ଖବା ପ୍ରତିଶ୍ରୁତି ପାଳନ ପାଇଁ ଅଧିକ ସମ୍ବଳ ଆବଶ୍ୟକତା ପଡ଼ିବା ନିଶ୍ଚିତ ହୋଇପଡ଼ିଛି। ତେଣୁ ବଜେଟର ଆକାର ବଢ଼ିବା ସୁନିଶ୍ଚିତ ବୋଲି ଅର୍ଥ ବିଶେଷଜ୍ଞମାନେ ଆକଳନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking