22.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶକେଜ୍ରିୱାଲଙ୍କୁ ପଚରାଉଚରା କରିବ ସିବିଆଇ

କେଜ୍ରିୱାଲଙ୍କୁ ପଚରାଉଚରା କରିବ ସିବିଆଇ

ନୂଆଦିଲ୍ଲୀ : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ନେଇଛି ସିବିଆଇ। କେଜରିୱାଲଙ୍କୁ ପଚରାଉଚରା ପାଇଁ ସିବିଆଇ ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିବା ବେଳେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ୩ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ। ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ତିହାର ଜେଲରେ ପଚରାଉଚରା କରିବ ସିବିଆଇ ଟିମ୍। ପୂର୍ବରୁ ଇଡି ଦ୍ୱାରା ଗିରଫ ହୋଇଥିବା କେଜ୍ରିୱାଲଙ୍କୁ ଗତକାଲି ବିଧିବଦ୍ଧ ଭାବେ ଗିରଫ କରିଥିଲା ସିବିଆଇ। ଫଳରେ ମଦ ଦୁର୍ନୀତି ମାମଲାରେ ତାଙ୍କ ପାଇଁ ପୁଣି ଅଡୁଆ ବଢ଼ିଛି।ଗତ ସପ୍ତାହରେ କେଜ୍ରିୱାଲଙ୍କୁ ରେଗୁଲାର ବେଲ୍ ଦେଇଥିଲେ ରାଉଜ ଏଭିନ୍ୟୁ କୋର୍ଟ। ଏହାକୁ ଚ୍ୟାଲେଂଜ କରି ଇଡି ଦିଲ୍ଲୀ ହାଇକୋର୍ଟ ଯାଇଥିଲା। ତେବେ ହାଇକୋର୍ଟ ବେଲ୍ ଉପରେ ରୋକ ଲଗାଇବା ସହ ଜାମିନ ଖାରଜ କରିଥିଲେ। ଏହାପରେ ସୁପ୍ରିମକୋର୍ଟ ଯାଇଥିଲେ କେଜ୍ରିୱାଲ। ତେବେ ଏହା ଭିତରେ ମାମଲାରେ ଅନେକ ଅଗ୍ରଗତି ହୋଇଥିବାରୁ ହାଇକୋର୍ଟଙ୍କ ବିରୋଧରେ ସୁପ୍ରିମକୋର୍ଟରେ କରିଥିବା ଆବେଦନକୁ ଫେରାଇ ନେଇଛନ୍ତି କେଜ୍ରିୱାଲ। ମାମଲାର ଅଗ୍ରଗତି ଆଧାରରେ ପୁଣି ଆବେଦନ କରାଯିବ ବୋଲି କେଜ୍ରିୱାଲଙ୍କ ପକ୍ଷରୁ କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking