30.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଲାଲକୃଷ୍ଣ ଆଡଭାନୀ ଅସୁସ୍ଥ

ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ। ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ୯୬ ବର୍ଷୀୟ ଆଡଭାନୀଙ୍କୁ ବୁଧବାର ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ତାଙ୍କର ସ୍ଵାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଥିବା ଦିଲ୍ଲୀ ଏମ୍ସ ପକ୍ଷରୁ ସୂଚନା ମିଳିଛି। ବାର୍ଦ୍ଧକ୍ୟ ଜନିତ ସମସ୍ୟା ଯୋଗୁଁ ସେ ଗତ କିଛି ଦିନ ହେବ ଅସୁସ୍ଥ ରହିଛନ୍ତି।

ବୁଧବାର ରାତିରେ ସ୍ଵାସ୍ଥ୍ୟବସ୍ଥାରେ ଅସୁସ୍ଥତା ପରିଲକ୍ଷିତ ହେବାରୁ ତାଙ୍କୁ ପରିବାର ଲୋକ ମେଡିକାଲରେ ଭର୍ତ୍ତି କରିଛନ୍ତି। ତେବେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଲାଲକୃଷ୍ଣ ଆଡଭାନୀ ଥିଲେ ଉପପ୍ରଧାନମନ୍ତ୍ରୀ। ଚଳିତବର୍ଷ ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନୀତ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking