15.1 C
Bhubaneswar
Monday, December 22, 2025
Homeଦେଶ ବିଦେଶ୧୪ଦିନ ପରେ ଯୁବକଙ୍କ କାନରୁ ଯାହା ବାହାରିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ...

୧୪ଦିନ ପରେ ଯୁବକଙ୍କ କାନରୁ ଯାହା ବାହାରିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ପ୍ରୟାଗରାଜରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ୧୪ଦିନ ପରେ ଯୁବକଙ୍କ କାନରୁ ଜୋକ ବାହାରିଛି । ସୂଚନାଯୋଗ୍ୟ, ପ୍ରୟାଗରାଜ‌ରେ ବସବାସ କରୁଥିବା ସିଶିଲ ସବାର ସାଙ୍ଗମାନଙ୍କ ସହ ଉତ୍ତରାଖଣ୍ଡର ୱାର୍ଟର ପାର୍କକୁ ବୁଲିବାକୁ ଯାଇଥିଲେ। ସେଠାରେ ସ୍ନାନ କରୁଥିବା ବେ‌ଳେ ତାଙ୍କ ଅଜଣାତରେ ନାକରେ ଏକ ଜୋକ ପଶି ଯାଇଥିଲା।ଘରକୁ ଆସିବା ପରେ ତାଙ୍କ ନାକରେ କିଛି ଗୋଟେ ଥିବାର ସିଶିଲ ଅନୁଭବ କରିବା ସହିତ ରକ୍ତ ବି ବାହାରୁଥିବା ସେ ଦେଖିବାକୁ ପାଇଥିଲେ। ସେ ଭାବିଥିଲେ ନାକ ଭିତରେ ବୋଧେ ହୁଏ କୌଣସି ଖଣ୍ଡିଆ ହୋଇଯାଇଥିବାରୁ ଏପରି ସମସ୍ୟା ହେଉଛି। ତେଣୁ ହେଳାରେ ରହି ଯାଇଥିଲେ। ୧୪ଦିନ ବିତିଯାଇଥିଲେ ସୁଦ୍ଧା ତାଙ୍କ ନାକରୁ ରକ୍ତ ବାହାରିବା ବନ୍ଦ ନହେବାରୁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଡାକ୍ତର ତାଙ୍କ ନାକର ଏକ୍ସରେ କରି ଭିତରେ ଏକ ଜୋକା ଥିବା କହିଥିଲେ। ସେ ନାକ ଭିତରେ ପଶି ରକ୍ତ ଶୋଷୁଛି। ଯେଉଁ କାରଣରୁ ନାକରୁ ରକ୍ତ ବାହାରୁଛି। ଜୋକକୁ ବାହାର କରିବାକୁ ହେଲେ ତୁରନ୍ତ ଅସ୍ତ୍ରୋପଚାର ଆବଶ୍ୟକ ବୋଲି ଇଏନଟି ବିଭାଗର ଡାକ୍ତର ସୁଭାଷ ଚନ୍ଦ୍ର ବର୍ମା କହିଥିଲେ। ଏହାପରେ ସେ ସିଶିଲ ସବାରଙ୍କ ଅସ୍ତ୍ରୋପଚାର କରି ନାକରୁ ଜୋକକୁ ବାହାର କରିଥିଲେ। ଚିକିତ୍ସା ପରେ ସିଶିଲ ସବାର ସୁସ୍ଥ ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking