28.1 C
Bhubaneswar
Sunday, March 29, 2026
Homeଓଡିଶାପୁଣି ଓମ୍‌ ବିର୍ଲା ବାଚସ୍ପତି!

ପୁଣି ଓମ୍‌ ବିର୍ଲା ବାଚସ୍ପତି!

 ନୂଆଦିଲ୍ଲୀ :  ଓମ୍‌ ବିର୍ଲା ପୁଣି ଥରେ ବାଚସ୍ପତି ହୋପାରନ୍ତି। ଲୋକସଭା ବାଚସ୍ପତି ପଦକୁ ନେଇ ଚାଲିଥିବା ସସପେନସ ଏଭଳି କିଛି ଚର୍ଚ୍ଚା ଜୋର୍‌ ଧରିଛି। ଏନଡିଏ ପକ୍ଷରୁ ଓମ୍ ବିର୍ଲାଙ୍କ ନାଁ ଏକରକମ ଚୂଡ଼ାନ୍ତ ହୋଇସାରିଛି। ଏପରିକି ସର୍ବସମ୍ମତିକ୍ରମେ ଓମ୍ ବିର୍ଲାଙ୍କୁ ବାଚସ୍ପତି ବନାଇବା ନେଇ ବିରୋଧୀ ଦଳଙ୍କ ସହ ଆଲୋଚନା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ।ଯଦି, ଓମ୍ ବିର୍ଲାଙ୍କୁ ବାଚସ୍ପତି ଭାବେ ସମର୍ଥନ କରିବେ ବିରୋଧୀ ଦଳ ତା’ହେଲେ ଉପବାଚସ୍ପତି ପଦବୀ ବିରୋଧୀ କ୍ୟାମ୍ପକୁ ଯାଇପାରେ। ଏଭଳି ସ୍ଥଳେ କେରଳର ବରିଷ୍ଠ କଂଗ୍ରେସ ସାଂସଦ କେ ସୁରେଶଙ୍କୁ ଉପବାଚସ୍ପତି ଭାବେ ଓହ୍ଲାଇପାରନ୍ତି ବିରୋଧୀ ଇଣ୍ଡି ମେଣ୍ଟ। ସେପଟେ ଏହାରି ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି ଓମ୍ ବିର୍ଲା। ତେବେ ଏଯାଏଁ କିଏ ହେବ ବାଚସ୍ପତି ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking