24.1 C
Bhubaneswar
Friday, February 13, 2026
Homeଅପରାଧବ୍ୟକ୍ତିଙ୍କ ଉପରେ ଗାଡି ମଡାଇ ଦ୍ରୁତ ଗତିରେ ଚାଲିଗଲା କାର

ବ୍ୟକ୍ତିଙ୍କ ଉପରେ ଗାଡି ମଡାଇ ଦ୍ରୁତ ଗତିରେ ଚାଲିଗଲା କାର

କାନପୁର: ଉତ୍ତରପ୍ରଦେଶର କାନପୁରରେ ଘଟିଛି ଅଭାବନୀୟ ଘଟଣା। ଅଭିଯୁକ୍ତ ଚାଳକଙ୍କୁ ଅଟକିବା ପାଇଁ ସଂକେତ ଦିଆଯିବାରୁ ସେ ଜଳସେଚନ ବିଭାଗର ଜଣେ କର୍ମଚାରୀଙ୍କ ଉପରେ ଦ୍ରୁତଗାମୀ କାର୍‌ ଚଢ଼ାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ମୃତକ ହେଲେ ଭୋଲା ତିୱାରୀ। ମୃତ ତିୱାରୀ ପୂର୍ବରୁ ଆଇନଜୀବୀ ଥିଲେ। ପରେ ସେ ଜଳସେଚନ ବିଭାଗରେ ଚାକିରି ଜୀବନ ଆରମ୍ଭ କରିଥିଲେ। ପୂରା ଘଟଣା କାନପୁରର ରୈନା ମାର୍କେଟରେ ରବିବାର ରାତିରେ ଘଟିଛି। କାର୍‌ଟି ପ୍ରଥମେ କୌଣସି ଗାଡ଼ିକୁ ଧକ୍କା ମାରି ପଳାୟନ କରୁଥିଲା। ଯେତେବେଳେ କିଛି ଲୋକ ଏହାକୁ ଅଟକିବା ପାଇଁ ସଂକେତ ଦେଇଥିଲେ, ଡ୍ରାଇଭର ଗାଡ଼ିର ବେଗ ଅଧିକ ବଢ଼ାଇ ଦେଇ ଜଳସେଚନ ବିଭାଗରେ କାର୍ଯ୍ୟରତ ଭୋଲା ତିୱାରୀଙ୍କ ଉପରେ ଚଢ଼ାଇ ଦେଇଥିଲା। ଏହି ଘଟଣା ନେଇ କାନପୁର ଏସ୍‌ପି କହିଛନ୍ତି, କାନପୁରର ଏଫ୍‌ଏମ୍‌ କଲୋନି ନିବାସୀ ଭୋଲା ତିୱାରୀଙ୍କୁ ଏକ କାର ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ସୂଚନା ମିଳିବା ପରେ ଆହତଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking