29.1 C
Bhubaneswar
Sunday, November 17, 2024
Homeଓଡିଶାଆଳୁ, ପିଆଜ ଯୋଗାଇବ ନାଫେଡ୍ : ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଆଳୁ, ପିଆଜ ଯୋଗାଇବ ନାଫେଡ୍ : ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର : ଦର ବୃଦ୍ଧିକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା । ହୋର୍ଡିଂ ଉପରେ ନଜର ରଖିବାକୁ ଅଧିକାରୀଙ୍କୁ ନିଦେ୍ର୍ଦଶ ଦିଆଯାଇଛି ବୋଲି କହିଲେ । ଆଳୁ, ପିଆଜ ଯୋଗାଇବାକୁ ନାଫେଡକୁ କୁହାଯାବ । ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ହେବ, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ମଧ୍ୟ ହୋଇଛି ବୋଲି ସେ କହିଛନ୍ତି । ନାସିକରୁ ପିଆଜ ୨୯.୫୩ ଟଙ୍କାରେ ଆସୁଛି। ପରିବହନ ଖର୍ଚ୍ଚ ମିଶି ତାହା ୩୪ ଟଙ୍କାରେ ପହଞ୍ଚୁଛି। ଏହି ଦାମରେ ବେପାରୀ ନାସିକରୁ ପିଆଜ ଆଣୁଛନ୍ତି। ଏହାପରେ ହୋଲସେଲର ଓ ରିଟେଲର ବେପାରୀ ନିଜ ଲାଭ ରଖି କେଜି ପ୍ରତି ୪୦ ଟଙ୍କାରେ ବିକ୍ରି କରୁଛନ୍ତି। ସେହିପରି ଆଳୁ ଲାଗି ଆସାମ ଓ ବେଙ୍ଗଲ ଉପରେ ଓଡ଼ିଶା ନିର୍ଭରଶୀଳ ରହିଛି। ସେଠାରେ ଦର ବଢ଼ିବାରୁ ଆମ ରାଜ୍ୟରେ ମଧ୍ୟ ଆଳୁ ଦର ବଢ଼ିଛି ବୋଲି କହିଛନ୍ତି ମନ୍ତ୍ରୀ । ତେବେ ଅନାବଶ୍ୟକ ହୋର୍ଡିଂ ଉପରେ ନଜର ରଖାଯାଇଛି। କୌଣସି ସ୍ଥାନରେ ଏଭଳି ଘଟଣା ସାମ୍ନାକୁ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking