20.1 C
Bhubaneswar
Sunday, December 21, 2025
Homeଓଡିଶାରୁଙ୍ଗଟା କାରଖାନାରେ ଅଘଟଣ : ୨ ମୃତ,୭ ଆହତ

ରୁଙ୍ଗଟା କାରଖାନାରେ ଅଘଟଣ : ୨ ମୃତ,୭ ଆହତ

ଢେଙ୍କାନାଳ : ସୋମବାର ରୁଙ୍ଗଟା କାରଖାନାରେ ଘଟିଛି ଅଘଟଣ । ମେକାନିକାଲ ଷ୍ଟ୍ରକଚର୍ ଭୁଶୁଡ଼ି ପଡ଼ିବାରୁ ଘଟଣାସ୍ଥଳରେ ୨ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୬ରୁ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲାର ଝାଡ଼ବନ୍ଧରେ ଥିବା ରୁଙ୍ଗଟା ମାଇନ୍ସ କାରଖାନାରେ ଏଭଳି ଅଘଟଣ ଘଟିଛି। ତେବେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହୁରି ଅନେକ ଶ୍ରମିକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଅଘଟଣରେ ମୃତ୍ୟୁ ବରଣ କରିଥିବା ୨ ମୃତକଙ୍କ ପରିଚୟ ମିଳିନାହିଁ। ସୂଚନା ଯୋଗ୍ୟ ଯେ, ଆଜି ସକାଳେ କାମ ଚାଲିଥିବା ବେଳେ ହଠାତ୍ ମେକାନିକାଲ ଷ୍ଟ୍ରକଚରଟି ଭୁଶୁଡ଼ି ପଡ଼ିଥିଲା। ଏହି ସମୟରେ ଅନେକ ଶ୍ରମିକ ସେଠାରେ କାମ କରୁଥିଲେ। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking