24.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଏକାଠି ହେଲେ ପୁଟିନ୍‌‌ ଓ କିମ୍‌‌ ଜୋଙ୍ଗ୍‌‌

ଏକାଠି ହେଲେ ପୁଟିନ୍‌‌ ଓ କିମ୍‌‌ ଜୋଙ୍ଗ୍‌‌

ନୂଆଦିଲ୍ଲୀ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌‌ ଓ ଉତ୍ତର କୋରିଆ ଶାସକ କିମ୍‌‌ ଜୋଙ୍ଗ୍‌‌ ଉନ୍‌‌ଙ୍କ ବନ୍ଧୁତାର କିଛି ରୋଚକ ଦୃଶ୍ୟ ବିଶ୍ୱ ରାଜନୀତିରେ ଏବେ ହଇଚଇ ସୃଷ୍ଟି କରିଛି। ଦୁନିଆର ଦୁଇ ଶକ୍ତିଶାଳୀ ରାଜନେତା ପରସ୍ପର ସହିତ ଏଭଳି ହାତ ମିଳାଇଛନ୍ତି ଯେ ଯାହାକୁ ଦେଖି ନାଟୋ ଦେଶଗୁଡିକ ଆଶ୍ଚର୍ୟ୍ୟ ହୋଇଛନ୍ତି। ପୁଟିନ ଉତ୍ତର କୋରିଆ ଗସ୍ତରେ ଯାଇ କିମ୍‌‌ ଜୋଙ୍ଗ୍‌‌ ଉନ୍‌‌ଙ୍କ ସହିତ ସ୍ୱତନ୍ତ୍ର ସାକ୍ଷାତକାର କରିଛନ୍ତି। ଏହି ଅବସରରେ ଦୁଇ ନେତା ପରସ୍ପରକୁ କିଛି ଉପହାର ଦେଇଛନ୍ତି। ପୁଟିନ କିମ୍‌‌ ଜୋଙ୍ଗ୍‌‌ ଉନ୍‌‌ଙ୍କୁ ଏକ ବିଳାସପୂର୍ଣ୍ଣ ଲିମୋସିନ୍‌‌ ବ୍ରାଣ୍ଡର ଅରୁସ୍‌‌ ନାମକ ଏକ କାର ଉପହାର ଦେଇଛନ୍ତି। ଏହି ଗାଡିଟି ଅନେକ ପ୍ରକାର ଆକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ହେଲେ ସବୁଠାରୁ ଐତିହାସିକ ମୁହୂର୍ତ୍ତ ହେଉଛି ଯେତେବେଳେ କିମ୍‌‌ ଓ ପୁଟିନ୍‌‌ ଉଭୟ ସେହି କାରରେ ବସି ଯାତ୍ରା କରିଥିଲେ। ପୁଟିନ୍‌‌ ନିଜେ ଗାଡି ଚଳାଉଥିବାର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ସେହିପରି ପୁଟିନଙ୍କୁ କିମ୍‌‌ ଏକ କୁକୁର ଉପହାର ଦେଇଥିବା ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking