25.1 C
Bhubaneswar
Saturday, February 14, 2026
Homeଓଡିଶାସର୍ପାଘାତରେ ନାବାଳିକା ମୃତ

ସର୍ପାଘାତରେ ନାବାଳିକା ମୃତ

ଝୁମ୍ପୁରା : ସର୍ପାଘାତରେ ନାବାଳିକା ମୃତ। ଏଭଳି ଅଭାବନୀୟ ଘଟଣା ଝୁମ୍ପୁରା ବ୍ଲକ ବାରିଆ ଥାନା ଅନ୍ତର୍ଗତ ବଡଡୁମୁରିଆ ଗ୍ରାମରେ ଘଟିଛି। ମୃତ ନାବାଳିକା ଜଣଙ୍କ ବଡଡୁମୁରିଆ ଗ୍ରାମର ହରି ନାଏକଙ୍କ ଝିଅ କାନ୍ଦରୀ ନାଏକ ବୋଲି ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବଡଡୁମୁରିଆ ଗ୍ରାମର ହରି ନାଏକଙ୍କ ଝିଅ କାନ୍ଦରୀ ନାଏକ ପରିବାର ଲୋକଙ୍କ ସହିତ ଏକାଠି ବସି ଖାଇବା ପରେ ଶୋଇବାକୁ ଯାଇଥିଲେ। ଶୋଇଥିବା ସମୟରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ସାପ କାମୁଡ଼ିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସାପ କାମୁଡ଼ାରେ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ସମ୍ପର୍କରେ ବାରିଆ ପୋଲିସ ଖବର ପାଇ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଅପମୃତ୍ୟୁ ମାମଲା ରୁଜୁ କରିଛି ପୋଲିସ। ତେବେ ଏହି ଅଘଟଣ ଘଟିବା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking