28.1 C
Bhubaneswar
Monday, November 18, 2024
Homeଓଡିଶାବାଲେଶ୍ଵର : କର୍ଫ୍ୟୁ କଟକଣା ଭାଙ୍ଗିବା ଅଭିଯୋଗରେ ୩୦ ଅଟକ

ବାଲେଶ୍ଵର : କର୍ଫ୍ୟୁ କଟକଣା ଭାଙ୍ଗିବା ଅଭିଯୋଗରେ ୩୦ ଅଟକ

ବାଲେଶ୍ଵର : ବାଲେଶ୍ଵରରେ କର୍ଫ୍ୟୁ କଟକଣା ଭାଙ୍ଗିବା ଅଭିଯୋଗରେ ୩୦ ଅଟକ । ଏ ନେଇ ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି । ଗୋଷ୍ଠୀ ସଂଘର୍ଷ ଘଟଣାରେ ୩୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗୋଷ୍ଠୀ ସଂଘର୍ଷକୁ ନେଇ କର୍ଫ୍ୟୁ ସହ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ ରହିଛି। ବାଲେଶ୍ବର ସହରରେ କୌଣସି ଏକ ପ୍ରସଙ୍ଗକୁ ନେଇ ସୋମବାର ଗୋଷ୍ଠୀ ସଂଘର୍ଷ ଦେଖାଦେଇଥିଲା। ସୋମବାର ବିଳମ୍ବିତ ରାତିରେ ଅନିର୍ଦ୍ଦିଷ୍ଟ କାଳ ଲାଗି ଜାରି କରାଯାଇଥିବା କର୍ଫ୍ୟୁକୁ ଆଜି ମଧ୍ୟରାତ୍ର ପର୍ୟ୍ୟନ୍ତ ବଢାଯାଇଛି। ଉପଦ୍ରବକାରୀଙ୍କ ଉପରେ ନିୟନ୍ତ୍ରଣ ରଖିବା ଓ କୌଣସି ପ୍ରକାର ଉତ୍ତେଜନା ଯେଭଳି ସୃଷ୍ଟି ନହୁଏ, ସେଥିପ୍ରତି ଦୃଷ୍ଟିଦେଇ ଆସନ୍ତା ୨୦ ତାରିଖ ପୂର୍ବାହ୍ନ ୧୦ଟା ଯାଏ ମୋବାଇଲ ଓ ସମସ୍ତ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରାଯାଇଛି। ପ୍ରଶାସନ ପକ୍ଷରୁ ଗୋଷ୍ଠୀ ସଂଘର୍ଷ ସୃଷ୍ଟି ହୋଇଥିବା ସହରର ସୁନହଟ ତଥା ପାତ୍ରପଡ଼ା ଅଞ୍ଚଳରେ ପ୍ରଥମେ ୧୪୪ ଧାରା ଲାଗୁ କରାଯାଇଥିଲା। ମାତ୍ର ବିଳମ୍ବିତ ରାତିରେ ସୁଏଲପୁର ମାଣିଖମ୍ବ ଅଞ୍ଚଳରେ ଗୋଟିଏ ଗୋଷ୍ଠୀ ସକ୍ରିୟ ହେବା ସାଙ୍ଗକୁ କେତେକ ସ୍ଥାନରେ ଭଙ୍ଗାରୁଜା କରିବା କାରଣରୁ ସମଗ୍ର ପୌରାଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି। ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମାଇକ ଯୋଗେ ବାଲେଶ୍ବର ସହରର ପ୍ରତିଟି ଅଞ୍ଚଳରେ ଏହି କର୍ଫ୍ୟୁ ସମ୍ପର୍କରେ ପ୍ରଚାର କରାଯାଇଛି। ସହରର ଉତ୍ତେଜନା ପ୍ରବଣ ଅଞ୍ଚଳରେ ୪୦ ପ୍ଲାଟୁନରୁ ଅଧିକ ପୁଲିସ ଓ ସୁରକ୍ଷାବଳ ମୁତୟନ ହୋଇଥିବା ବେଳେ ଅପରାହ୍ଣରେ ସହରର ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ କରାଯାଉଛି । ଏକାଧିକ ପୁଲିସ ପାଟ୍ରୋଲିଂ ଗାଡ଼ି ସହରରେ ପଇଁତରା ମାରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking