19.1 C
Bhubaneswar
Tuesday, February 3, 2026
Homeଓଡିଶାପୁଣି ଏକ ଦନ୍ତା ମୃତ

ପୁଣି ଏକ ଦନ୍ତା ମୃତ

ହାଟଡିହି: କେନ୍ଦୁଝର ଜିଲ୍ଲାରେ ପୁଣି ଏକ ଦନ୍ତାର ମୃତ୍ୟୁ ଘଟିଛି। ହଦଗଡ଼ ହସ୍ତୀ ଅଭୟାରଣ୍ୟରୁ ପଳାଇ ଆସି ସୋସୋ ଅଞ୍ଚଳରେ ବୁଲୁଥିବା ଅଣ୍ଡିରା ହାତୀର ସୋସୋ ଆମ୍ବ ତୋଟାରେ ସନ୍ଦେହଜନକ ମୃତ୍ୟୁ ହୋଇଛି। ଗତକାଲି ରାତିରେ ହାତୀର ମୃତ୍ୟୁ ହୋଇଥିବା ସୂଚନା ଦେଇଛି ବନ ବିଭାଗ। ହାତୀର ବୟସ ୨୫ବର୍ଷ ହୋଇଥିବା ଅନୁମାନ କରା ଯାଉଛି। କିପରି ଓ କେଉଁ ଅବସ୍ଥାରେ ହାତୀର ମୃତ୍ୟୁ ଘଟିଲା ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଖବର ପାଇ ଆଜି ସକାଳ ୭ଟ ରେ ବନ ବିଭାଗର କର୍ମଚାରୀମାନେ ପହଞ୍ଚି ହାତୀର ମୃତଦେହକୁ ଜଗି ରହିଛନ୍ତି। ବନ ବିଭାଗର ଉଚ୍ଚ ପଦାଧିକାରୀ ମାନେ ଘଟଣାସ୍ଥଳକୁ ଆସିବା ଓ ଶବ ବ୍ୟବଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ରେଞ୍ଜର ମାର୍ଶାଲ କିଷ୍କୁ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking