17.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶସିକ୍କିମ୍‌ ଭୂସ୍ଖଳନ: ୫ ଦିନ ହେଲା ଫସି ରହିଲେ ପର୍ଯ୍ୟଟକ, ଉଦ୍ଧାର ପାଇଁ ନିବେଦନ

ସିକ୍କିମ୍‌ ଭୂସ୍ଖଳନ: ୫ ଦିନ ହେଲା ଫସି ରହିଲେ ପର୍ଯ୍ୟଟକ, ଉଦ୍ଧାର ପାଇଁ ନିବେଦନ

ସୋନପୁର: ସିକ୍କିମ୍‌ ରେ ଭୂସ୍ଖଳନ ଯୋଗୁଁ ଫସି ରହିଥିବା ଓଡ଼ିଆ ପରିବାରଙ୍କୁ ଉଦ୍ଧାର କରିବା ପାଇଁ ସରକାରଙ୍କୁ ନିବେଦନ କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍‌ ଭଜବଳପୁର ଗାଁର ରାମନାରାୟଣ ମିଶ୍ର ପରିବାର ସହ ଖରାଛୁଟି କଟାଇବାକୁ ସିକ୍କିମ୍‌କୁ ଯାଇଥିବାବେଳେ ଭୂସ୍ଖଳନ ଯୋଗୁଁ ସେଠାରେ ଫସି ରହିଛନ୍ତି।
ସୂଚନାନୁସାରେ, ରାମନାରାୟଣ ମିଶ୍ର, ପତ୍ନୀ ମିନାକ୍ଷୀ, ଝିଅ ଶ୍ରୀ ଓ ପୁଅ କ୍ରିସ୍‌ ୯ ତାରିଖରେ ଭୁବନେଶ୍ୱରରୁ କୋଲକାତା ଯାଇଥିଲେ। ସେଠାରୁ ଗ୍ୟାଙ୍ଗ୍‌ଟକ୍‌କୁ ଫ୍ଲାଇଟ୍‌ରେ ଯାଇଥିଲେ। ସେଠାରୁ ପୁଣି ଚାଇନା ସୀମାକୁ ଲାଗିଥିବା ଲାଚୁମ୍‌କୁ ଯାଇଥିଲେ। ଲାଚୁମ୍‌ରୁ ୧୩ ତାରିଖ ଫେରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ୧୨ ତାରିଖ ରାତିରେ ପ୍ରବଳ ବର୍ଷା ହୋଇଥିଲା। ବର୍ଷା ଯୋଗୁଁ ରାସ୍ତାରେ ଭୂସ୍ଖଳନ ହୋଇ ରାସ୍ତା ଭୁଶୁଡ଼ିଯିବା ସହ ପୋଲ ଭାଙ୍ଗି ଯାଇଥିଲା। ଏମାନେ ଫେରିନପାରି ୫ ଦିନ ହେଲା ଲାଚୁମସ୍ଥିତ ହୋଟେଲ୍‌ ଆଲପାଇନ୍‌ ରିସୋର୍ଟରେ ଫସି ରହିଥିବା ଜଣାପଡ଼ିଛି। ଫସି ରହିଥିବା ସମସ୍ତ ପର୍ଯ୍ୟଟକଙ୍କୁ ହେଲିକପ୍ଟରରେ ଗାଙ୍ଗ୍‌ଟକ୍‌ ପର୍ଯ୍ୟନ୍ତ ଏୟାରଲିଫ୍ଟ କରାଯିବ ବୋଲି କୁହାଯାଇଥିବା ବେଳେ ପାଗ ଅନୁକୂଳ ନଥିବାରୁ ସମ୍ଭବ ହୋଇନାହିଁ। ସେହିପରି, ୫ ଦିନ ହେଲା ରାସ୍ତା ବନ୍ଦ ଯୋଗୁ ଖାଦ୍ୟ ସମସ୍ୟା ମଧ୍ୟ ଦେଖାଦେଇଛି। ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଇ ଉଦ୍ଧାର କରିବାକୁ ଶ୍ରୀ ମିଶ୍ର ନିବେଦନ କରିଛନ୍ତି। ଅନ୍ୟପକ୍ଷରେ, ପର୍ଯ୍ୟଟକଙ୍କୁ ଉଦ୍ଧାର କରିବାପାଇଁ ସମାଜସେବୀ କୁଶ ସାହୁ ଓ ରାମନାରାୟଣଙ୍କ ବଡ଼ଭାଇ ସିଦ୍ଧେଶ୍ବର ମିଶ୍ର ପ୍ରଧାନମନ୍ତ୍ରୀ ଓ ୨ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍ କରି ଉଦ୍ଧାର ପାଇଁ ଅନୁରୋଧ କରିଛନ୍ତି। ଏମାନଙ୍କ ସହ ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟଟକ ମଧ୍ୟ ଫସିଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking