21.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶନଦୀରେ ବୁଡି ଏକସଙ୍ଗେ ୪ ଭଉଣୀ ମୃତ

ନଦୀରେ ବୁଡି ଏକସଙ୍ଗେ ୪ ଭଉଣୀ ମୃତ

ନୂଆଦିଲ୍ଲୀ: ୪ ଜଣ ନାବାଳିକା ଭଉଣୀ ନଦୀରେ ଗାଧୋଉଥିବା ସମୟରେ ବୁଡ଼ିଯାଇଥିଲେ। ତେବେ ସେମାନଙ୍କର ମୃତ୍ୟୁ ହୋଇଯାଇଛି ବୋଲି ସୂଚନା ମିଳିଛି । ଏପରି ଦୁଃଖଦ ଘଟଣା ଘଟିଛି ଉତ୍ତରପ୍ରଦେଶର ବଳରାମପୁରରେ ବକରିଦ ଦିନ । ଏହି ଘଟଣା ପରେ ମୃତକଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ଏହି ଘଟଣାକୁ ନେଇ ବଳରାମପୁରର ଏସପି କେଶବ କୁମାର କହିଛନ୍ତି, ‘କାଲୁ ବନକଟ ଗ୍ରାମରେ ବସବାସ କରୁଥିବା ରାଜୁଙ୍କ ଝିଅ ରେସ୍ମା(୧୩), ଅଫସାନା(୧୧), ଗୁଡ୍ଡି (୯) ଓ ଲଲ୍ଲି (୭) ବକରିଦ ଦିନ ରେହରା ବାଜାରା ଥାନା ଅଞ୍ଚଳସ୍ଥ ମାମୁଁ ଘରକୁ ବୁଲିବାକୁ ଯାଇଥିଲେ। ଗତ ସନ୍ଧ୍ୟାରେ ସ୍ନାନ ପାଇଁ ୪ଭଉଣୀ ମିଶି କୁଆନୋ ନଦୀକୁ ଯାଇଥିଲେ। ନଦୀରେ ଗଭୀର ପାଣି ଥିବା ଜାଣି ନପାରି ଭିତରକୁ ପଶି ଯାଇଥିଲେ। ଆଉ ବାହାରକୁ ବାହାରି ପାରି ନଥିଲେ। ୪ ଭଉଣୀଙ୍କ ଚିତ୍କାର ଶୁଣି ନିକଟରେ ଥିବା ଗ୍ରାମବାସୀ ନଦୀରୁ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଦୁଃଖର ବିଷୟ ଉଦ୍ଧାର ବେ‌ଳକୁ ୪ ଭଉଣୀଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଏକାଠି ଘର ସାମ୍ନାକୁ ୪ ଭଉଣୀଙ୍କ କୋକେଇ ଉଠିବା ଦୃଶ୍ୟ ଦେଖି ଗାଁର ପାଣିପବନ ଓ ଗ୍ରାମବାସୀ ଯେମିତି ସ୍ତବ୍ଧ ହୋଇଯାଇଥିଲେ। ଏପଟେ ଏକାଠି ୪ ସନ୍ତାନଙ୍କୁ ହରାଇ ବାପା ଓ ମା’ କାନ୍ଦିକାନ୍ଦି ଭୂମିରେ ଚେତାଶୂନ୍ୟ ହୋଇ ପଡ଼ି ଯାଉଥାଆନ୍ତି। ସମ୍ପର୍କୀୟମାନେ ତାଙ୍କୁ ବୁଝାଇବାକୁ ଚେଷ୍ଟା କରୁଥାଆନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking