27.1 C
Bhubaneswar
Thursday, March 26, 2026
Homeଓଡିଶାଡ୍ରେନ୍ ରେ ଭାସିଗଲା ନାବାଳକ

ଡ୍ରେନ୍ ରେ ଭାସିଗଲା ନାବାଳକ

ଭୁବନେଶ୍ୱର : ରାଜଧାନୀରେ ଏପରି ଅଘଟଣ ଘଟିଛି । ମୁକୁଳା ଡ୍ରେନ୍‌ରେ ଏକ ନାବାଳକ ଭାସି ଯାଇଛି । ପ୍ରବଳ ବର୍ଷା ଯୋଗୁଁ ଡ୍ରେନ୍ ରେ ଭାସି ଯାଇଥିବା ସୂଚନା ମିଳିଛିି । ଲକ୍ଷ୍ମୀସାଗର ୟୁନିଟ-୩ ମସଜିଦ୍‌ କଲୋନୀର ଛିକି ପିଲା ଅପରାହ୍ନରେ ମୁକୁଳା ଡ୍ରେନ୍‌ ପାଖରେ ଖେଳୁଥିଲେ। ପ୍ରାୟ ସାଢ଼େ ୨ଟାରେ ହଠାତ ପ୍ରବଳ ବର୍ଷା ହୋଇଥିଲେ। ଠିକ୍‌ସେହି ସମୟରେ ଏସ୍‌କେ ରାଜେଶ୍‌ ଓ ତାଙ୍କ ସାଥୀମାନେ ମୁକୁଳା ଡ୍ରେନ୍‌ ପାଖରେ ଖେଳୁଥିଲେ। ସେହି ସମୟରେ କିଛି ବେଲୁନ୍‌ ମୁକୁଳା ଡ୍ରେନରେ ଭାସି ଭାସି ଯାଉଥିଲା। ସେହି ବେଲ୍‌ନକୁ ଆଣିବା ପାଇଁ ଏସ୍‌କେ ରାଜେଶ୍‌ ଓ ତାଙ୍କର କିଛି ସାଥୀ ଡ୍ରେନ୍‌କୁ ଯାଇଥିଲା। ବେଲୁନ୍‌ ଆଣୁଥିବା ବେଳେ ପ୍ରବଳ ବେଗରେ ଆସୁଥିବା ବର୍ଷା ପାଣିରେ ଭାସିଗଲେ ଏସ୍‌କେ ରାଜେଶ୍‌। କିନ୍ତୁ ତାଙ୍କ ସାଥୀମାନେ ବର୍ତ୍ତି ଗଲେ। ସେମାନେ ଏନେଇ ପରିବାର ଲୋକ ଓ ସାହିଭାଇଙ୍କୁ କହିଥିଲେ। ଭାସି ଯାଇଥିବା ପିଲାର ବୟସ ୧୦ରୁ ୧୧ ବର୍ଷ ହେବ।

ସାହି ଲୋକମାନେ ଜାଣିପାରି ଏସ୍‌କେ ରାଜେଶ୍‌କୁ ଉଦ୍ଧାର କରିବା ପାଇଁ ଡ୍ରେନ୍‌ ଭିତରେ ପଶିଛନ୍ତି। ଖବର ପାଇଁ ଅଗ୍ନିଶମ କର୍ମଚାରୀମାନେ ମୁକୁଳା ଡ୍ରେନ୍‌ ପାଖରେ ପହଞ୍ଚି ଥିଲେ। ପିଲାକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚଳାଇଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଛୁଆର ପତ୍ତା ମିଳିନି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ଖାମ୍‌ଖିଆଲ ନୀତି ଯୋଗୁ ଆଜି ଏସ୍‌କେ ରାଜେଶ୍‌ ଭାସିଗଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking