26.1 C
Bhubaneswar
Sunday, May 3, 2026
Homeଦେଶ ବିଦେଶରିଲ୍ସ ନିଶା ହେଲା କାଳ; ୨୩ ବର୍ଷୀୟ ଯୁବତୀ ମୃତ

ରିଲ୍ସ ନିଶା ହେଲା କାଳ; ୨୩ ବର୍ଷୀୟ ଯୁବତୀ ମୃତ

ମହାରାଷ୍ଟ୍ର : ସୋଶାଲ ମିଡିଆରେ ରିଲ୍ସ ତିଆରି କରିବା ପାଇଁ ଲୋକେ ପାଗଳ ହେଉଛନ୍ତି । ପିଲାଠୁ ଆରମ୍ଭ କରି ବୟସ୍କ, ସମସ୍ତଙ୍କୁ ରିଲ୍ସ ନିଶା ଘାରିଛି । କେବଳ ସେତିକି ନୁହେ ନିଜ ଜୀବନକୁ ବାଜିରେ ଲଗାଇବାକୁ ମଧ୍ୟ ପଛାଉ ନାହାନ୍ତି। ତେବେ ବେଳେ ବେଳେ ଏହି ରିଲ୍ସ ତିଆରି କରିବା ନିଶାରେ ଅନେକ ପ୍ରାଣ ହରାଉଛନ୍ତି। ନିକଟରେ ମହାରାଷ୍ଟ୍ରରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ , ଶ୍ୱେତା ଦୀପକ ସୁରବାସେ। କ୍ୟାମେରାରେ କଏଦ ହୋଇଛି ତାଙ୍କ ଜୀବନର ଶେଷ ରିଲ୍ସ। ରେକର୍ଡର ହୋଇଛି ତାଙ୍କର ମୃତ୍ୟୁର ଭିଡିଓ। ଖାଇରେ ଖସି ପଡିଛି ତାଙ୍କ କାର୍‌। ରିଲ୍ସ ଭିଡିଓ ତିଆରି କରିବା ନିଶାରେ କାର୍‌କୁ ବ୍ୟାକ୍‌ କରୁଥିବା ବେଳେ ସେ ବ୍ରେକ୍‌ ମାରିବା ଭୁଲି ଯାଇଛନ୍ତି। ଫଳରେ ୩୦୦ ଫୁଟ୍‌ ଗଭୀର ଖାଇକୁ ତାଙ୍କ କାର୍‌ ଖସି ପଡିଛି। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ୨୩ ବର୍ଷୀୟ ଶ୍ୱେତା ଦୀପକ ସୁରବାସେ ଛତ୍ରପତି ସମ୍ବାଜିନଗର ହନୁମାନନଗରର ବାସିନ୍ଦା ଥିଲେ। ସୋମବାର ଅପରାହ୍ନ ୨ଟାରେ ସେ ଖୁଲତାବାଦ ତାଲୁକା ଅନ୍ତର୍ଗତ ଶୁଲିଭଞ୍ଜନ ଦତ୍ତଧାମ ମନ୍ଦିର ଅଞ୍ଚଳରେ ମୋବାଇଲ୍ ଫୋନରେ ରିଲ୍ସ ଭିଡିଓ ତିଆରି କରୁଥିଲେ। ଶ୍ୱେତା ତାଙ୍କ ସାଙ୍ଗ ୨୫ ବର୍ଷିୟ ସୁରଜ ସଞ୍ଜୟ ମୁଲେଙ୍କ ସହ ଔରଙ୍ଗାବାଦରୁ ଏହି ଅଞ୍ଚଳକୁ ଆସିଥିଲେ। ଏଠାରେ ହିଁ ରିଲ୍ସ ଭିଡିଓ ତିଆରି କରିବା ସମୟରେ ଶ୍ୱେତା ପ୍ରାଣ ହରାଇଛନ୍ତି। ଏହି ପୂରା ଘଟଣାର ଭିଡିଓ କ୍ୟାମେରାରେ କଏଦ ହୋଇଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking