25.1 C
Bhubaneswar
Monday, May 4, 2026
Homeଦେଶ ବିଦେଶରାହୁଲଙ୍କ ୱାୟନାଡ ଛାଡ଼ିବା ନେଇ ସିପିଆଇ ନେତା ଏନୀ ରାଜାଙ୍କ ପ୍ରତିକ୍ରିୟା

ରାହୁଲଙ୍କ ୱାୟନାଡ ଛାଡ଼ିବା ନେଇ ସିପିଆଇ ନେତା ଏନୀ ରାଜାଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: କଂଗ୍ରେସରୁ ସାଂସଦ ରାହୁଲ ଗାନ୍ଧୀଙ୍କ ୱାୟନାଡ ଲୋକସଭା ଆସନକୁ ଛାଡ଼ିବା ମାମଲା ନେଇ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଯାଇଛି। କଂଗ୍ରେସ ଏହି ଆସନରେ ପ୍ରିୟଙ୍କା ଗାନ୍ଧୀଙ୍କୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛି। ମାତ୍ର କଂଗ୍ରେସର ନିଷ୍ପତ୍ତି ନେଇ ଅନ୍ୟ ରାଜନୈତିକ ଦଳର ନେତାମାନେ ବୟାନବାଜୀ ମଧ୍ୟ କହିଛନ୍ତି।

କଂଗ୍ରେସର ଏହି ନିଷ୍ପତ୍ତି ନେଇ ସିପିଆଇ ନେତା ଏନୀ ରାଜା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଏହା ତାଙ୍କର (କଂଗ୍ରେସ)ର ନିଷ୍ପତ୍ତି ଏବଂ ତାଙ୍କର (ରାହୁଲ ଗାନ୍ଧୀ) ବିଶେଷାଧିକାର ଯେ, କେଉଁ ଆସନରେ ରହିବେ। ମୁଁ ସେହି ସମୟରେ (ନିର୍ବାଚନ ବେଳେ) ମଧ୍ୟ କହିଥିଲି, ରାଜନୈତିକ ‌ନୈତିକତା ଜାରି ରଖିବା ଉଚିତ। ଏନି ରାଜା ଆହୁରି ମଧ୍ୟ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଏହି ନିଷ୍ପତ୍ତି ସଂପର୍କରେ ୱାୟନାଡର ଜନତାଙ୍କୁ କହିବାର ଥିଲା। କାରଣ ୱାୟନାଡବାସୀ ତାଙ୍କୁ ବିପୁଳ ଭୋଟ୍‌ ବ୍ୟବଧାନରେ ବିଜୟୀ କରାଇଥିଲେ। ୱାୟନାଡ ଜନତାଙ୍କର ସହିତ ଏହା ଅନ୍ୟାୟ ହୋଇଛି। ଉପନିର୍ବାଚନରେ ସିପିଆଇର ପ୍ରାର୍ଥୀ ନେଇ ଏନି ରାଜା କହିଛନ୍ତି, ଆମର ଦଳ ଇଣ୍ଡି ମେଣ୍ଟର ଏକ ଅଂଶବିଶେଷ। ତେଣୁ ମେଣ୍ଟ ଯାହା କରିବ, ତାହା ହିଁ ହେବ।

ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ-୨୦୨୪ରେ ରାହୁଲ ଗାନ୍ଧୀ ଉଭୟ ଉତ୍ତରପ୍ରଦେଶର ରାଏବରେଲି ଏବଂ କେରଳର ୱାୟନାଡ଼ ଲୋକସଭା ଆସନର ପ୍ରାର୍ଥୀ ହୋଇଥିଲେ। ସେ ଉଭୟ ଆସନରେ ବିଜୟୀ ହୋଇଛନ୍ତି। ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ରାହୁଲଙ୍କୁ ଗୋଟିଏ ଆସନ ଛାଡ଼ିବାକୁ ପଡ଼ିବ। ତେଣୁ ରାହୁଲ କେଉଁ ଆସନ ରଖିବେ ଏବଂ କେଉଁ ଆସନ ଛାଡ଼ିବେ ତାକୁ ନେଇ ଚର୍ଚ୍ଚା ଚାଲିଥିବା‌ବେଳେ ଶେଷରେ କଂଗ୍ରେସ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି। ରାହୁଲ ଗାନ୍ଧୀ ଶେଷରେ ୱାୟନାଡ଼ ଆସନକୁ ଛାଡ଼ିବେ ଓ ରାଏବରେଲି ଆସନର ସାଂସଦ ରହିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking