ନୂଆଦିଲ୍ଲୀ : ସାଧାରଣ ନିର୍ବାଚନରେ କଂଗ୍ରେସ ଦଳକୁ କଡ଼ା ଟକ୍କର ଦେଉଛି। ଏହାରି ଭିତରେ ଉତ୍ତର ପ୍ରଦେଶର ବାରାଣସୀ ଆସନରେ ବିଜୟୀ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୧୪ ଓ ୨୦୧୯ରେ ମୋଦି ଏହି ଆସନରୁ ଏକତରଫା ଭାବେ ବିଜୟୀ ହୋଇଥିଲେ। କିନ୍ତୁ ଏଥର ତାଙ୍କୁ କଂଗ୍ରେସର ଅଜୟ ରାୟ କଡ଼ା ଟକ୍କର ଦେଇଛନ୍ତି। ମୋଦି କ୍ରମାଗତ ତୃତୀୟ ଥର ପାଇଁ ଜିତିଛନ୍ତି । ଏହି ଆସନରେ ମୋଦିଙ୍କୁ ୬,୧୨,୯୭୦ ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅଜୟ ରାୟଙ୍କୁ ୪,୬୦,୪୫୭ ଖଣ୍ଡ ଭୋଟ ମିଳିଛି। ସେହିଭଳି ବହୁଜନ ସମାଜବାଦୀ ପାର୍ଟିର ପ୍ରାର୍ଥୀଙ୍କୁ ମାତ୍ର ୩୩୭୬୬ ଭୋଟ ମିଳିଛି। ତଦନୁଯାୟୀ ମୋଦି ୧,୫୨,୫୧୩ ଖଣ୍ଡ ଭୋଟରେ ବିଜେତା ହୋଇଛନ୍ତି।