ଭୁବନେଶ୍ୱର : ଏପ୍ରିଲ ୧୯ରେ ଆରମ୍ଭ ହୋଇଥିବା ଲୋକସଭା ଓ ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହୋଇଛି । ଜୁନ୍ ୧ରେ ୮ଟି ରାଜ୍ୟରେ ୫୭ଟି ଆସନରେ ଭୋଟ୍ ଗ୍ରହଣ ହୋଇଯାଇଛି । ଏହା ସହ ଦେଶର ସର୍ବ ବୃହତ୍ତ ନିର୍ବାଚନ ସମାପ୍ତ ହୋଇଯାଇଛି । ତେବେ ୪୪ ଦିନର ନିର୍ବାଚନ ପ୍ରକ୍ରିୟା ପରେ, ଆଜି ହେଉଛି ଭୋଟ୍ ଗଣନା ଓ ଫଳାଫଳ ଗଣନା । ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଛି । ଭୁବନେଶ୍ୱର ମଧ୍ୟରୁ ବିଜେଡି ପ୍ରାର୍ଥୀ ଅନନ୍ତ ଜେନା ବିଜୟୀ ହୋଇଛନ୍ତି । ୧୨୨ ଖଣ୍ଡ ଭୋଟରେ ବିଜୟୀ ବୋଇଥିବା ସୂଚନା ମିଳିଛି । ପୋଷ୍ଟାଲ ବାଲାଟ ପୁନଃ ଗଣତି ପରେ ଅନନ୍ତ ଜେନା ବିଜୟୀ ବୋଇଥିବା ସୂଚନା ମିଳିଛି । ଅନନ୍ତଙ୍କୁ କଡା ଟକ୍କର ଦେଇଥିଲେ ବିଜପେି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ।