17.1 C
Bhubaneswar
Thursday, January 2, 2025
Homeଓଡିଶାଠକେଇ ଅଭିଯୋଗରେ ୨ ଜଣଙ୍କୁ ୪ ବର୍ଷ ସଜା

ଠକେଇ ଅଭିଯୋଗରେ ୨ ଜଣଙ୍କୁ ୪ ବର୍ଷ ସଜା

ଭୁବନେଶ୍ୱର:  ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ହୋଇଥିବା ଏକ ଠକେଇ ମାମଲାର ବିଚାର କରି ଆଜି ଭୁବନେଶ୍ୱର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ-୪ର ବିଚାରପତି ସୂର୍ଯ୍ୟ ନାରାୟଣ ମହାନ୍ତି ଦୁଇ ଅଭିଯୁକ୍ତ ମନୋଜ କୁମାର ସାହୁ ଓ ଗୋବର୍ଦ୍ଧନ ପାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରି ସଜା ଶୁଣାଇଛନ୍ତି । ଗତ ୨୯.୧୨.୨୦୨୨ରେ ଅଭିଯୋଗକାରୀ ପୃଥ୍ୱୀରାଜ ସାହୁଙ୍କ ପତ୍ନୀ ଯାଜପୁର ଜିଲ୍ଲା ଅନ୍ତର୍ଗତ ଜାରକା ଏସବିଆଇ ଏଟିଏମକୁ ଟଙ୍କା ଉଠାଣ ପାଇ ଯାଇଥିଲେ । ସେଠାରେ ଟଙ୍କା ଉଠାଇବା ସମୟରେ ଉକ୍ତ ଦୁଇ ଅଭିଯୁକ୍ତ ପଛରେ ଛିଡା ହୋଇଥିବା ସମୟରେ ଦୃଷ୍ଟି ଆଢୁଆଳରେ ତାଙ୍କର ଏଟିଏମ କାର୍ଡଟିକୁ ବଦଳାଇ ଦେଇଥିଲେ । ପରେ ବିନା କୌଣସି ସୂଚନା ଥାଇ ନିରୋତ୍ତମ ଦାସଙ୍କ ଅକାଉଣ୍ଟକୁ ୧ଲକ୍ଷ୨୦ହଜାର ଟଙ୍କା ପଠାଇ ଥିବା ନେଇ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସେରଗଡ ଥାନାର ଆଇଆଇସିଙ୍କ ନିକଟରୁ ଅଭିଯୋଗକାରୀ ଫୋନ ମାଧ୍ୟମରେ ଜାଣିବାକୁ ପାଇଥିଲେ । ଏହି ସୂଚନା ପାଇବା ପରେ ଅଭିଯୋଗକାରୀ ତୁରନ୍ତ ବ୍ୟାଙ୍କ ଯାଇ ନିଜର ଆକାଉଣ୍ଟ ଚେକ କରି ଜାଣିବାକୁ ପାଇଥିଲେ ଯେ, ତାଙ୍କ ଏଟିଏମ କାର୍ଡଟି ବଦଳ ହୋଇଯାଇଥିବା ବେଳେ କୌଣସି ଦୁର୍ବୁତ୍ତ ଏହାକୁ ବ୍ୟବହାର କରି ସମୁଦାୟ ୧୧,୨୪,୮୫୩ ଟଙ୍କା ଉଠାଇ ନେଇଛନ୍ତି । ଏନେଇ ଅଭିଯୋଗକାରୀ ଲକ୍ଷ୍ମୀସାଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକାରୀଙ୍କର ଏତାଲା ଆଧାରରେ ଲକ୍ଷ୍ମୀସାଗର ଥାନା କେସ ନଂ-୦୯/୨୦୨୩, ଭାରତୀୟ ପିଙ୍ଗଳ କୋଡ୍ ଦଫା- ୪୨୦/୪୦୬/୩୪ ରେ ଏକ ମାମଲା ରୁଜୁ କରାଯାଇ ଥାନାର ତତ୍କାଳୀନ ଏସଆଇ ଶଶୀକାନ୍ତ ରାଉତଙ୍କୁ ଏହାର ତଦନ୍ତ କରିବା ସହିତ ଅଭିଯୁକ୍ତ ମନୋଜ କୁମାର ସାହୁ ଓ ଗୋବର୍ଦ୍ଧନ ପାତ୍ରଙ୍କୁ କାବୁ କରିବାରେ ସକ୍ଷମ ହୋଇପାରିଥିଲେ । ଏହିମାମଲାର ବିଚାର କରି ମାନ୍ୟବର ଅଦାଲତ ବିଭିନ୍ନ ସାକ୍ଷୀ ଓ ପ୍ରଯୁଜ୍ୟ ଦସ୍ତାବିଜ ଗୁଡ଼ିକୁ ଆଧାର କରି ଆଜି ଅଭିଯୁକ୍ତ ମନୋଜ କୁମାର ସାହୁ ଓ ଗୋବର୍ଦ୍ଧନ ପାତ୍ରଙ୍କୁ ଦଫା ୪୨୦ରେ ୨ ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହ ୧୦୦୦ ଟଙ୍କାର ଜୋରିମାନା ଓ ଜୋରିମାନା ଅନାଦେୟ କ୍ଷେତ୍ରରେ ଅତ୍ୟଧିକ ୧୦ ଦିନର କାରାଦଣ୍ଡ ଏବଂ ଦଫା ୪୦୬ ରେ ୨ ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହ ୧୦୦୦ ଟଙ୍କାର ଜୋରିମାନା ଓ ଜୋରିମାନା ଅନାଦେୟ କ୍ଷେତ୍ରରେ ଅତ୍ୟଧିକ ୧୦ ଦିନର କାରାଦଣ୍ଡ ପ୍ରକାଶ କରିଛନ୍ତି । ଏହି ମାମଲାକୁ ସରକାରଙ୍କ ତରଫରୁ ଅତିରିକ୍ତ ପବ୍ଲିକ୍ ପ୍ରୋସିକ୍ୟୁଟର ମିସ ରାଜଲକ୍ଷ୍ମୀ ନାୟକ ପରିଚାଳନା କରିଥିଲେ । ସୂଚନାଯୋଗ୍ୟଯେ, ଗତବର୍ଷ ସମୁଦାୟ ୮୨ଟି ମାମଲାରେ ଦୋଷୀମାନଙ୍କୁ ସଜା ଦିଆଯାଇ ସାରିଥିବା ବେଳେ ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ତରଫରୁ ଚଳିତ ବର୍ଷ ଏଯାବତ ୪୮ ଟି ମାମଲାରେ ଦୋଷୀଙ୍କୁ ସଜା ହୋଇଛ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking