25.1 C
Bhubaneswar
Sunday, March 16, 2025
Homeଓଡିଶାତିନି ରଥର ତୁମ୍ବ ଗୁଡିକରେ ପନ୍ଦାରି ଗାଡ ଖୋଦେଇ ଆରମ୍ଭ

ତିନି ରଥର ତୁମ୍ବ ଗୁଡିକରେ ପନ୍ଦାରି ଗାଡ ଖୋଦେଇ ଆରମ୍ଭ

ପୁରୀ: ସୋମବାର ରଥ ନିର୍ମାଣର ଦଶମ ଦିବସ ରେ ରଥ ନିର୍ମାଣକାରୀ ସେବକ ମାନେ ସକାଳ ଘ.୯.୦୦ ଟିକା ରେ ରଥଖଳା ଠାରେ ଉପସ୍ଥିତ ହୋଇଥିଲେ, ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ପରାମର୍ଶ କ୍ରମେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଆଜି ତିନି ରଥର ୪୨ ଗୋଟି ତୁମ୍ବ ର ୧୬ ଯୋଡା ବିନ୍ଧ କାର୍ଯ୍ୟ ଶେଷ ହୋଇ ଉକ୍ତ ତୁମ୍ବ ଗୁଡ଼ିକରେ ଅଗର ବିନ୍ଧ କାଯ୍ୟ ମଧ୍ୟ ଶେଷ । ଆଜି ତିନି ରଥର ତୁମ୍ବ ଗୁଡିକରେ ପନ୍ଦାରି ଗାଡ ଖୋଦେଇ ଆରମ୍ଭ ।
ଆଜି ସୁଦ୍ଧା ତିନି ରଥର ୪୨ ଗୋଟି ତୁମ୍ବରେ ୧୬ ଯୋଡା ବିନ୍ଧ କାର୍ଯ୍ୟ ତିନିରଥ ମହାରଣା ସେବକ ମାନେ ଶେଷ କଲା ପରେ ସେହି ତୁମ୍ବ ଗୁଡିକରେ ଅରକଣ୍ଟା ବାଡିଆ ପାଇଁ ଅଗର ବିନ୍ଧ କାର୍ଯ୍ୟ ମଧ୍ୟ ଶେଷ କରିଛନ୍ତି । ତତପରେ ତିନିରଥ ର ମୁଖ୍ୟ ମହାରଣାଙ୍କ ନିର୍ଦ୍ଦେଶ ପ୍ରକାରେ ଉକ୍ତ ତୁମ୍ବ ଗୁଡ଼ିକୁ ଭୋଇ ସେବକ ମାନଙ୍କ ସହାୟତାରେ ସଳଖ କରିଥିଲେ । ମଧ୍ୟାହ୍ନ ବିରତୀ ପରେ ତିନି ରଥର ମହାରଣା ସେବକ ମାନେ ତୁମ୍ବ ଗୁଡିକରେ ଅଖ ସଂଯୋଗ ପାଇଁ ପନ୍ଦାରିଗାଡ଼ ଖୋଦେଇ କାର୍ଯ୍ୟ ଆରମ୍ଭ କରିଛନ୍ତି ।
ତଳଧ୍ୱଜ ରଥ ଚାଳି :
ଆଜି ସୁଦ୍ଧା ତାଳଧ୍ୱଜ ରଥର ୧୪ ଗୋଟି ତୁମ୍ବର ୧୬ ଯୋଡା ବିନ୍ଧ କାର୍ଯ୍ୟ ଶେଷ ହେବା ପରେ ଉକ୍ତ ତୁମ୍ବ ଗୁଡ଼ିକ ରେ ଅର କଣ୍ଟା ବାଡ଼ିଆ ପାଇଁ ଅଗର ବିନ୍ଧ କାର୍ଯ୍ୟ ମଧ୍ୟାହ୍ନ ବିରତି ପୂର୍ବରୁ ମହାରଣା ସେବକ ମାନେ ଶେଷ କରିଥିଲେ । ମଧ୍ୟାହ୍ନ ବିରତି ପରେ ୧୪ ଗୋଟି ତୁମ୍ବର ଗୋଟିଏ ପାର୍ଶ୍ୱ ପନ୍ଦାରି ଗାଡ଼ ଖୋଦେଇ କାର୍ଯ୍ୟ ଆରମ୍ଭ କରିଥିଲେ ।
ଦର୍ପ ଦଳନ ରଥ ଚାଳି :
ଆଜି ସୁଦ୍ଧା ଦର୍ପ ଦଳନ ରଥ ର ମୋଟ ୧୨ ଗୋଟି ତୁମ୍ବ ର ୧୬ ଯୋଡା ବିନ୍ଧ କାର୍ଯ୍ୟ ଶେଷ ହୋଇ ତୁମ୍ବ ଗୁଡିକରେ ଅର କଣ୍ଟା ବାଡ଼ିଆ ପାଇଁ ଅଗର ବିନ୍ଧ ବସିବା ପରେ ତୁମ୍ଭ ଗୁଡ଼ିକୁ ବାରିସି ରେ ମାଠେଣି ବା ମଠା କାର୍ଯ୍ୟ ସହ ଦେବୀ ରଥ ମହାରଣା ସେବକ ମାନେ ମଧ୍ୟାହ୍ନ ବିରତି ପରେ ତୁମ୍ବ ଗୁଡ଼ିକର ପନ୍ଦାରି ଗାଡ଼ ଖୋଦେଇ କାର୍ଯ୍ୟ ଆରମ୍ଭ କରିଥିଲେ ।
ନନ୍ଦିଘୋଷ ରଥ ଚାଳି :
ଆଜି ସୁଦ୍ଧା ନନ୍ଦିଘୋଷ ରଥର ୧୬ ଗୋଟି ତୁମ୍ବର ୧୬ ଯୋଡା ବିନ୍ଧ ମହାରଣା ସେବକ ମାନେ ଶେଷ କରିବା ପରେ ଉକ୍ତ ତୁମ୍ବ ଗୁଡିକରେ ଅର କଣ୍ଟା ବାଡିଆ ସହଜ ହେବା ପାଇଁ ତୁମ୍ବ ବିନ୍ଧ ପାର୍ଶ୍ୱରେ ଅଗର ବିନ୍ଧ ପକାଇବା ଶେଷ କରିଥିଲେ । ଉକ୍ତ ତୁମ୍ବ ଗୁଡ଼ିକୁ ଭୋଇ ସେବକ ମାନଙ୍କ ସହାୟତାରେ ମଧ୍ୟାହ୍ନ ବିରତି ପୂର୍ବରୁ ତୁମ୍ବ ସଳଖ କାର୍ଯ୍ୟ ସମ୍ପନ୍ନ କରିଥିଲେ । ମଧ୍ୟାହ୍ନ ବିରତି ପରେ ୧୬ ଗୋଟି ତୁମ୍ବ ରେ ଅଖ ସଂଯୋଗ ପାଇଁ ପନ୍ଦାରୀ ଗାଡ଼ ଖୋଦେଇ କାର୍ଯ୍ୟ ଆରମ୍ଭ କରିଥିଲେ ।
କମାର ଶାଳ :
ଦୋଳ ବେଦୀ ସ୍ଥିତ ଅସ୍ଥାୟୀ କମାର ଶାଳ ରେ ତିନି ରଥର ଓଝା ସେବକ ମାନେ ତିନି ରଥର ଚକା ଡେରା ନୀତି ପାଇଁ ଆବଶ୍ୟକ ପ୍ରକାରେ ଗୋଟିଏ ଗୋଟିଏ ନାହାକା ତୁମ୍ବ ପାଇଁ ୪ ଟି ଲେଖାଏଁ ୧୨ ଗୋଟି ବଡ ସାଇଜ ପନ୍ଦାରି ବଳା ନିର୍ମାଣ ସହ ତିନି ରଥର ଦୁଇ ଦୁଇଟି ଚକ ନିର୍ମାଣ ପାଇଁ ଆବଶ୍ୟକ ୩୨ ଯୋଡା ଲେଖାଏଁ ଅର କଣ୍ଟା ନିର୍ମାଣ ଶେଷ କରି ବାକି ତୁମ୍ବ ଗୁଡ଼ିକ ପାଇଁ ଅର କଣ୍ଟା ଏବଂ ପନ୍ଦାରୀ ବଳା ନିର୍ମାଣ ଜାରୀ ରଖିଛନ୍ତି ।
ଆଜି ରଥ ନିର୍ମାଣ ର ନବମ ଦିବସ ରେ ୬୦ ଜଣ ମହାରଣା, ୫୬ ଜଣ ଭୋଇ, ୪ ଜଣ କରତିଆ, ଜଣେ ତୁମ୍ବ ବିନ୍ଧ କାରିଗର ଏବଂ ୧୫ ଜଣ କମାର ସେବକ ଓ ଜଣେ ରଥ ଖଳା ସହାୟକ କାର୍ଯ୍ୟ ରେ ଲାଗିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking