17.1 C
Bhubaneswar
Thursday, January 9, 2025
Homeଦେଶ ବିଦେଶଗାଡ଼ି ଯାଞ୍ଚ ବେଳେ ମିଳିଲା ୧୫ କେଜି ସୁନା

ଗାଡ଼ି ଯାଞ୍ଚ ବେଳେ ମିଳିଲା ୧୫ କେଜି ସୁନା

ଜଳେଶ୍ୱର: ଗାଡ଼ି ଯାଞ୍ଚ ବେଳେ ମିଳିଲା ପ୍ରାୟ ୧୫ କେଜି ସୁନା । ପଶ୍ଚିମବଙ୍ଗ ସୀମାନ୍ତ ଲକ୍ଷ୍ମଣନାଥ ଗେଟ୍‌ରେ ଗାଡ଼ି ଯାଞ୍ଚ ବେଳେ ଏହି ସୁନା ଧରାପଡ଼ିଛି । ଯାହାର ଆନୁମାନିକ ମୂଲ୍ୟ ୧୦ କୋଟିରୁ ଅଧିକ ହେବ । ନିର୍ବାଚନ ସମୟରେ ଗାଡ଼ି ଯାଞ୍ଚ କଡ଼ାକଡ଼ି ହୋଇଥିବା ବେଳେ ବାଲେଶ୍ୱରରୁ ଆସିଛି ଏପରି ଖବର । ମାମଲାରେ ସିଟି ଆଣ୍ଡ ଜିଏସ୍‌ଟି ତଦନ୍ତ ଚଳାଇଛି ।
ନିର୍ବାଚନ ପାଇଁ ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ ବାଲେଶ୍ୱର ଓ ପଶ୍ଚିମବଙ୍ଗ ସୀମାନ୍ତ ଲକ୍ଷ୍ମଣନାଥ୍ ଟୋଲ୍ ଗେଟ୍‌ରେ ଗାଡ଼ି ଯାଞ୍ଚ କରୁଥିଲା ଫ୍ଲାଇଂ ସ୍କ୍ୱାଡ । ଠିକ୍ ସେହି ସମୟରେ ପଶ୍ଚିବମଙ୍ଗରୁ ଓଡ଼ିଶାକୁ ଆସୁଥିଲା ସିକ୍ୟୁଏଲ୍ ଲଜିଷ୍ଟିକ ଟ୍ରାନ୍ସପୋର୍ଟ ନାଁର ଏକ ଗାଡ଼ି । ସେହି ଗାଡ଼ିକୁ ଯାଞ୍ଚ କରିଥିଲା ଫ୍ଲାଇଂ ସ୍କ୍ୱାର୍ଡ । ଯାଞ୍ଚ ବେଳେ ପୂଳା ପୂଳା ସୁନା ବାହାରିଥିଲା । ଯାହାର ଓଜନ ପ୍ରାୟ ୧୫ କେଜିରୁ ଅଧିକ ହେବ । ଏନେଇ ଫ୍ଲାଇଂ ସ୍କ୍ୱାର୍ଡ ଗାଡ଼ିରେ ଥିବା କର୍ମଚାରୀଙ୍କୁ ପଚାରିଥିଲେ । ହେଲେ ସେମାନେ ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ । ସୁନା ଚାଲାଣ କରୁଥିବା ଅଭିଯୁକ୍ତଙ୍କ କଥାରେ ତାଳମେଳ ନରହିବାରୁ ଫ୍ଲାଇଂ ସ୍କ୍ୱାର୍ଡ ସମସ୍ତଙ୍କୁ ଧରି ଜଳେଶ୍ୱର ଥାନା ପୁଲିସ୍‌କୁ ହସ୍ତାନ୍ତର କରିଥିଲା । ପୁଲିସ ଗାଡ଼ି ଓ ସୁନାକୁ ଜବତ କରିଛି । ମାଜିଷ୍ଟ୍ରଟ୍ ଉପସ୍ଥିତିରେ ପୁଲିସ୍ ଜବତ ସୁନାକୁ ଓଜନ କରୁଛି । ଏହି ଘଟଣାର ତଦନ୍ତ ସିଟି ଆଣ୍ଡ ଜିଏସ୍‌ଟି ଟିମ୍ କରୁଥିବା ବେଳେ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଏତେ ପରିମାଣରେ ସୁନା କିଏ ଓ କାହିଁକି ଆଣୁଥିଲା, ତାହା ଜଣାପଡ଼ି ନାହିଁ ।
ଆଜି ଅପରାହ୍ନରେ ପ୍ରାୟ ୫ଟା ସମୟରେ ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲ ଗେଟ ନିକଟରେ ଡବ୍ଳୁବି ୦୨ ଏଏଲ୍ ୯୫୬୭ ଫରଚୁନର ଗାଡିକୁ ଯାଞ୍ଚ କରିଥିଲା । ସେଥିରେ ପ୍ରାୟ ଚାରି ଲକ୍ଷ ଟଙ୍କା ବାହାରିଥିଲା । ଏହି ଘଟଣାରେ ଜଣେ ଯୁବକଙ୍କୁ ଅଟକ ରଖି ତଦନ୍ତ କରିଥିଲେ । ଏସ୍‌ଏସ୍‌ଟି କୁ ଆବଶ୍ୟକୀୟ କାଗଜ ପତ୍ର ଦେଖାଇ ନପାରିବାରୁ ଗାଡ଼ିଟିକୁ ଜଳେଶ୍ୱର ପୁଲିସକୁ ହସ୍ତାନ୍ତର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking