ନୂଆଦିଲ୍ଲୀ: ଭାରତୀୟ ଟେବଲ୍ ଟେନିସ୍ ଷ୍ଟାର୍ ଶ୍ରୀଜା ଆକୁଲା ଓ ମନିକା ବତ୍ରା ଚୀନ୍ର ମାକାଓରେ ଚାଲିଥିବା ଆଇଟିଟିଏଫ୍ ବିଶ୍ୱକପ୍ର ନକ୍ଆଉଟ୍ ପର୍ଯ୍ୟାୟ ପ୍ରବେଶରେ ବିଫଳ ହୋଇଛନ୍ତି । ବୁଧବାର ବିଶ୍ୱ ନଂ.୩୯ ଶ୍ରୀଜା ଅଲିମ୍ପିକ୍ ଚାମ୍ପିଅନ୍ ତଥା ବିଶ୍ୱ ନଂ.୪ ଚୀନ୍ର ଚେନ୍ ମେଙ୍ଗ୍ଙ୍କଠାରୁ ୩-୧ (୧୧-୪, ୧୧-୪, ୧୩-୧୫, ୧୧-୨)ରେ ପରାଜିତ ହେବା ପରେ ନିଜ ଗ୍ରୁପ୍ର ଦ୍ୱିତୀୟ ସ୍ଥାନରେ ରହିଥିଲେ । ପୂର୍ବରୁ ପ୍ରଥମ ମ୍ୟାଚ୍ରେ ଶ୍ରୀଜା ପୋଲାଣ୍ଡ୍ ନାତାଲିଆ ବାଜୋର୍ଙ୍କୁ ୪-୦ରେ ହରାଇଥିଲେ । ସେହିପରି ଗ୍ରୁପ୍ ପର୍ଯ୍ୟାୟରେ ଦ୍ୱିତୀୟ ସ୍ଥାନରେ ରହି ମନିକା ମଧ୍ୟ ନକ୍ଆଉଟ୍ ଯୋଗ୍ୟତାରୁ ବଞ୍ଚିତ ହୋଇଛନ୍ତି । ପ୍ରଥମ ମ୍ୟାଚ୍ରେ ଗୋଟିଏ ଗେମ୍ ପଛରେ ଥାଇ ସେ ରୋମାନିଆର ଆଦିନା ଦିଆକୋନୁଙ୍କୁ ୩-୧ରେ ହରାଇଥିବା ବେଳେ ଚୀନ୍ର ୱାଙ୍ଗ୍ ମାନ୍ୟୁଙ୍କଠାରୁ ପରବର୍ତ୍ତୀ ମ୍ୟାଚ୍ରେ ୪-୦ରେ (୧୧-୬, ୧୧-୪, ୧୧-୯, ୧୧-୪)ରେ ହାରିଯାଇଛନ୍ତି ।
ଟୁର୍ଣ୍ଣାମେଣ୍ଟ୍ର ଉଭୟ ପୁରୁଷ ଓ ମହିଳା ସିଙ୍ଗଲ୍ସରେ ୧୬ଟି ଲେଖାଏଁ ଗ୍ରୁପ୍ ଥିବାବେଳେ ଗ୍ରୁପ୍ ପର୍ଯ୍ୟାୟରେ ଚାରିଟି ଗେମ୍ ଖେଳାଯାଇଥାଏ । ଏହାପରେ ବିଜୟ ଓ ପରାଜୟ ଅନୁପାତ ଆଧାରରେ ଅନ୍ତିମ ର୍ୟାଙ୍କିଙ୍ଗ୍ ସ୍ଥିର କରାଯାଇଥାଏ । କେବଳ ଗ୍ରୁପ୍ ବିଜେତା ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଥାନ୍ତି ।