ଭୁବନେଶ୍ୱର : ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ନିଆଳି ନିର୍ବାଚନ ମଣ୍ଡଳୀର କଂଟାପଡା ବ୍ଲକର ବିଜେଡି ନେତା ବିପିନ ବେହେରାଙ୍କ ନେତୃତ୍ୱରେ ଶତାଧିକ ନେତା ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।
ଶ୍ରୀ ବେହେରାଙ୍କ ସହ କଂଟାପଡା ଗ୍ରାମ ପଂଚାୟତର ସମିତି ସଭ୍ୟ ପବିତ୍ର ମୋହନ ସ୍ୱାଇଁ, ପୂର୍ବତନ ସମିତିସଭ୍ୟ ବିଭୂତି ଭୂଷଣ ନାୟକ, ପୂର୍ବତନ ବିଜେଡି ୱାର୍ଡ ମେମ୍ବର ରାମଚନ୍ଦ୍ର ସ୍ୱାଇଁ, ପୂର୍ବତନ ବିଜେଡି ସଭାପତି ବିଭୂତି ପ୍ରସାଦ ପ୍ରଧାନ, କଂଗ୍ରେସର ଯୁବନେତା ଭବାନୀ ଶଙ୍କର ସ୍ୱାଇଁ, ବିଜେଡି ନେତା ବୈରାଗି ବାହାଲିଆ,ଭଗବାନ ରାଉତ, କାଳନ୍ଦି ବାହାଲିଆ, ଦୀପ୍ତି ରଞ୍ଜନ ସ୍ୱାଇଁ, ସତ୍ୟଜିତ୍ ବେହେରା, ସନାତନ ବେହେରା, କଂଗ୍ରେସ ନେତା ଅଭିରାମ ଗାୟା, କୈଳାଶ ଜେନା, ବିପିନୀ ବିହାରି ରାଉତ, ସୁମାନ୍ତ ସାହୁ, ଗୋପାଳ ଭୋଇ, ସୁଜିତ୍ ରାଉତ ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଉତରୀୟ ପ୍ରଦାନ କରି ନୂତନ ସଦସ୍ୟଙ୍କୁ ସ୍ୱାଗତ ଜଣାଇଥିଲେ । ପାର୍ଟୀରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରାଇ ରାଜ୍ୟ ସଭାପତି ଶ୍ରୀ ସାମଲ ସଦସ୍ୟତା କରାଇଥିଲେ । ଏହି ଅବସରରେ ରାଜ୍ୟ ସଂପାଦକ ସରୋଜ କର, ଏସ୍ସି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ଜଗତସିଂହପୁର ଲୋକସଭା ପ୍ରାର୍ଥୀ ଡ.ବିଭୂ ତରାଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପବିତ୍ର ମୋହନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।