29.1 C
Bhubaneswar
Monday, June 9, 2025
Homeଦେଶ ବିଦେଶପାକିସ୍ତାନରେ ପେଟ୍ରୋଲ ଦର ୩୦୦ ଟଙ୍କା ଛୁଇଁବ

ପାକିସ୍ତାନରେ ପେଟ୍ରୋଲ ଦର ୩୦୦ ଟଙ୍କା ଛୁଇଁବ

ଇସଲାମାବାଦ: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ପେଟ୍ରୋଲ ଦର ଆକାଶଛୁଆଁ ହେବାରେ ଲାଗିଛି। ଆନ୍ତର୍ଜାତିକ ମାର୍କେଟରେ ଅଣବିଶୋଧିତ ତୈଳ ଦର ବୃଦ୍ଧି ପାଇଥିବା ପରିପ୍ରେକ୍ଷୀରେ ପାକିସ୍ତାନ ସରକାର ପେଟ୍ରୋଲ ଦର ଲିଟର ପିଛା ୧୦ ଟଙ୍କା(ପାକିସ୍ତାନୀ ମୁଦ୍ରା) ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି ବୋଲି ଜିଓ ନ୍ୟୁଜ୍‌ରେ ରିପୋର୍ଟ ପ୍ରକାଶ ପାଇଛି। ପାକିସ୍ତାନରେ ପେଟ୍ରୋଲ ବର୍ତ୍ତମାନ ଲିଟର ପିଛା ୨୭୯.୭୫ ଟଙ୍କାରେ ବିକ୍ରି ହେଉଛି।

ମୂଲ୍ୟବୃଦ୍ଧି ପରେ ଏହା ୨୮୯.୬୯ ଟଙ୍କାରେ ପହଞ୍ଚିବ ବୋଲି କୁହାଯାଇଛି। ତେବେ ପାକ୍‌ ସରକାର ଡିଜେଲ ଓ କିରାସିନି ମୂଲ୍ୟ ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି। ଡିଜେଲ ମୂଲ୍ୟ ଲିଟର ପିଛା ୧.୩୦ ଟଙ୍କା ହ୍ରାସ ପାଇ ୨୮୪.୨୬ ଟଙ୍କା ଏବଂ କିରାସିନି ଲିଟର ପିଛା ୦.୧୭ ପଇସା ହ୍ରାସ ପାଇ ୧୮୮.୪୯ ଟଙ୍କାରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking